Cricket

ଆଇପିଏଲ୍‌-୨୦୨୨: ମୋଟ ୭୦ ମ୍ୟାଚ୍‌ରୁ ମୁମ୍ବାଇରେ ୫୫, ପୁଣେରେ ୧୫ ମ୍ୟାଚ୍‌

ନୂଆଦିଲ୍ଲୀ: ଆଇପିଏଲ୍‌-୨୦୨୨ ପାଇଁ ମ୍ୟାଚ୍‌ ବଣ୍ଟୁଆରା ଆପାତତଃ ସ୍ଥିର ହୋଇଛି । ଲିଗ୍‌ ପର୍ଯ୍ୟାୟରେ ମୋଟ ୭୦ ମ୍ୟାଚ୍‌ ଖେଳାଯିବାକୁ ସ୍ଥିର ହୋଇଛି । ସେମଧ୍ୟରୁ ମୁମ୍ବାଇର ତିନି ଭେନ୍ୟୁ ୱାଙ୍ଖ୍‌ଡେ ଷ୍ଟାଡିୟମ୍‌, ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ ଏବଂ ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ମିଳିତ ଭାବେ ୫୫ ମ୍ୟାଚ୍‌ ଏବଂ ପୁଣେର ଏମ୍‌ସିଏ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ୧୫ ମ୍ୟାଚ୍‌ ଖେଳାଯିବା ନେଇ ପ୍ରସ୍ତୁତି କରାଯାଇଛି। ସମସ୍ତ ଦଳ ୱାଙ୍ଖ୍‌ଡେ ଓ ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ୪ ଲେଖାଏଁ ଏବଂ ବ୍ରାବର୍ଣ୍ଣ ଓ ପୁଣେରେ ୩ ଲେଖାଏଁ ମ୍ୟାଚ୍‌ ଖେଳିବେ। ତେ‌ବେ ଆଇପିଏଲ୍‌ ମାର୍ଚ୍ଚ ୨୬ କିମ୍ବା ୨୭‌ରୁ ଆରମ୍ଭ ହେବ ତାକୁ ନେଇ ଭିନ୍ନମତର କୌଣସି ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। ବିସିସିଆଇ ଆଇପିଏଲ୍‌କୁ ୨୭ରୁ ଆରମ୍ଭ କରିବାକୁ ସ୍ଥିର କରିଥିଲା ବେଳେ ପ୍ରସାରଣକାରୀ ସଂସ୍ଥା ଷ୍ଟାର୍‌ କିନ୍ତୁ ୨୬ରୁ ଆରମ୍ଭ କରିବା ସପକ୍ଷରେ ମତ ରଖିଛି। ତେବେ ଡବଲ୍‌ ହେଡର୍‌ ମ୍ୟାଚ୍‌ ସଂଖ୍ୟାକୁ ଦୃଷ୍ଟିରେ ରଖି ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ କହିଛି।

Related posts

ଆଜି ନବୀନଙ୍କୁ ଭେଟିବେ ସୌରଭ ଦାଦା 

ବିଶ୍ୱକପର ଦ୍ୱିତୀୟ ସେମିଫାଲନାଲ : ଟସ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି

Odisha Sports Bureau

ଭାରତୀୟ ଅଧିନାୟକ ରେକର୍ଡ଼ ଭାଙ୍ଗିପାରନ୍ତି

Odisha Sports Bureau