ଇରାନର ଫୁଟବଲ୍ ଦଳ, ବିଶ୍ୱକପ୍ ରେ ଅଂଶଗ୍ରହଣ କରିବା ପାଇଁ ଆମେରିକା ଯାତ୍ରା କରିପାରିବ । ଏ ନେଇ ଫିଫା ସଭାପତି ଜିଆନି ଇନଫାଣ୍ଟିନୋ ନିଶ୍ଚିତ କରିଛନ୍ତି। ଇନଫାଣ୍ଟିନୋ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଆଶ୍ୱାସନା ଦେଇଛନ୍ତି । ଇରାନ ଜାତୀୟ ଦଳକୁ ୨୦୨୬ ବିଶ୍ୱକପ୍ ଖେଳିବା ପାଇଁ, ଆମେରିକା ଯାତ୍ରା କରିବାକୁ ଅନୁମତି ଦିଆଯିବ।

ଚଳିତ ବର୍ଷ ଫିଫା ବିଶ୍ୱକପ୍ ଜୁନ୍ ୧୧ ରୁ ଜୁଲାଇ ୧୯ ପର୍ୟ୍ୟନ୍ତ ଆମେରିକା, କାନାଡା ଏବଂ ମେକ୍ସିକୋ ମିଳିତ ଭାବରେ ଆୟୋଜନ କରୁଛନ୍ତି। ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ଇରାନ ଉପରେ ଯାତ୍ରା ଏବଂ ଭିସା କଟକଣା ଲାଗୁ ହେବା ପରେ ଦଳର ଅଂଶଗ୍ରହଣ ଉପରେ ପ୍ରଶ୍ନ ଉଠିଥିଲା।

