Cricket

ଋଷବ ପନ୍ଥଙ୍କୁ ଧନ୍ୟବାଦ ଜଣାଇଲେ ଈଶାନ କିଷାନ, ବ୍ୟାଟ୍‌ରେ RP17 ଲେଖି କରିଥିଲେ ବ୍ୟାଟିଂ

ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୨ୟ ଟେଷ୍ଟ ଚାଲିଛି । ଏହି ମ୍ୟାଚରେ ଇଣ୍ଡିଆ ଟିମ  ଠାରୁ ଅନ୍ୟ  ଟିମ ବହୁ ଆଗରେ ରହିଛି । ସିରିଜ ଶେଷ ମ୍ୟାଚରେ  ୨ୟ ଇନିଂସରେ ଦୁଇ ଓ୍ୱିକେଟ୍ ହରାଇ ୧୮୧ ରନ କରିଥିଲା ଟିମ୍ ଇଣ୍ଡିଆ । ଏହି ସମୟରେ  ବିସ୍ଫୋରକ ବ୍ୟାଟିଂ କରିଥିଲେ ଯୁବ ବ୍ୟାଟର ଇଷାନ୍ କିଷାନ୍ । ସେ ୩୪ ବଲରେ  ୧୫୨.୯୪ର ଷ୍ଟ୍ରାଇକ୍ ରେଟ୍ ୫୨ ରନ୍ ସଂଗ୍ରହ କରିଥିଲେ । ଏଥିରେ ୪ଟି ଚୌକା ଏବଂ ୨ଟି ଛକା ସାମିଲ ରହିଛି । ତେବେ ବ୍ୟାଟିଂ ପରେ ରିଷଭ ପନ୍ଥଙ୍କୁ ଧନ୍ୟବାଦ ଜଣାଇଥିଲେ ଈଶାନ କିଷାନ୍ । ଏପିରିକି ବ୍ୟାଟିଂ କରୁଥିବା ସମୟରେ ଇଷାନ୍ ନିଜ ବ୍ୟାଟରେ RP17 ଲେଖିଥିବା ଦେଖିବାକୁ ମିଳିଛି । (RP17ର ମାନେ ହେଉଛି RP- ରିଷଭ ପନ୍ଥ, 17-ରିଷଭ ପନ୍ଥଙ୍କ ଜର୍ସି ନମ୍ବର)

ତେବେ ମ୍ୟାଚ୍ର ୪ର୍ଥ ଦିନ ଖେଳ ଶେଷ ପରେ ଇଷାନ୍ କହିଥିଲେ କି, ମୁଁ ଓ୍ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଥିଲି । ସେଠାରେ ରିଷଭ ପନ୍ଥ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ସମୟରେ ରିଷଭ ପନ୍ଥ ମୋତେ କିଛି କଥା ଶିଖାଇଥିଲେ । ଖାସ୍ କରି ମୋ ବ୍ୟାଟ ଧରିବା ଷ୍ଟାଇଲର  କିଛିଟା ପରିବର୍ତ୍ତନ କରିବାକୁ କହିଥିଲେ ରିଷଭ । ମୁଁ ତାଙ୍କ କଥା ମାନି ଓ୍ୱେଷ୍ଟଇଣ୍ଡିଜ୍ ଗସ୍ତରେ ସେହିପରି ବ୍ୟାଟ୍ ଧରିବା ଆରମ୍ଭ କରିଥିଲି । ଯାହା ମୋତେ ଭଲ ସଫଳତା ଦେଇଛି । ପୂର୍ବରୁ ଆମେ ଦୁଇ ଜଣ ଏକାଠି ଅଣ୍ଡର-୧୯ ପାଇଁ କ୍ରିକେଟ୍ ବି ଖେଳିଥିଲୁ ।

ସେ ଆହୁରୀ ମଧ୍ୟ କହିଥିଲେ ଯେ, ପଞ୍ଚମ ଦିନରେ ବେଶ୍ ରୋମାଞ୍ଚକର ହେବ ମୁକାବିଲା । ତେଣୁ ଆମକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ସକାଳୁ ସକାଳୁ ବିରୋଧୀ ଟିମର  ଓ୍ୱିକେଟ୍ ନେବାକୁ ପଡିବ । ଯେତେ ଶୀଘ୍ର ଆମେ ଓ୍ୱିକେଟ୍ ନେବୁ, ସେତେ ଶୀଘ୍ର ମ୍ୟାଚ୍କୁ ଆମ ପକ୍ଷରେ କରିବାରେ ସହଜ ହେବ ।

Related posts

୧୫ ବର୍ଷ ପରେ, ବିରାଟ କୋହଲିଙ୍କୁ ଏହି ଦଳରେ ପ୍ରବେଶ ମିଳିଛି

Odisha Sports Bureau

ଇତିହାସ ରଚିଲେ ରୋହିତ ଶର୍ମା

Odisha Sports Bureau

ବିସିଆଇ ଇଛା ବିରୋଧରେ କଣ କରିଥିଲେ କାର୍ତ୍ତିକ, ଏହାପରେ କଣ କରିବାକୁ ହେଲା ତାଙ୍କୁ?

Odisha Sports Bureau