Football

କନ୍ଧକେଳଗାଁ ଷଷ୍ଠ ତମ ଏସ୍ .ବି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଟିଟିଲାଗଡ  (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ କନ୍ଧକେଳ ଗାଁ ସାବୁନ ବୁରେଇ ଖେଳ ପଡିଆ ଠାରେ ଏସ୍ ,ବି କ୍ଲବ  ଆନୁକୂଳ୍ଯ ଫୁଟବାଳ  ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି । ଏହି ଟୁର୍ନାମେଣ୍ଟ  ୨୨ ରୁ  ୨୭  ତାରିଖ ପର୍ଯ୍ୟନ୍ତ  ହେବା କମିଟି ପ୍ରକାଶ କରିଛି। ଉକ୍ତ କାର୍ଯ୍ୟକ୍ରମରେ ଷୋହଳ  ଟି ଦଳ ଅଂଶଗ୍ରହଣ କରିଛନ୍ତି ।  ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଉଦ୍ଘାଟନ କରିଥିଲେ । ପ୍ରଥମ ଦିନରେ ନାଇକେନସିରା ଦଳ ପେନାଲଟିକ୍ ଦ୍ବରା  ୪.୨ ଗୋଲରେ ଘଣ୍ଟ ମାଳ ଦଳକୁ ହରାଇ  ସେମିଫାଇନାଲ ପ୍ରବେଶ କରିଛି । ଦ୍ବିତୀୟ ଦିନ  କନ୍ଧକେଳ ଗାଁ ଅଞ୍ଚଳର ସମାଜ ସେବି ଟିକେଶ୍ବର ସାହୁ ,ପ୍ରମୋଦ ପଣ୍ଡା ,ଶିଷକ ରଥିନ୍ଦ୍ର ବର୍ଗେ ,ଯୁବ ସାମ୍ବାଦିକ ଶୁଶାନ୍ତ ମେହେର  ,ମିତ୍ରଭାନୁ ମେହେର, ଇଶ୍ବର ମେହେର  ,ଅଧିକାରି ପ୍ରଧାନ  ଆତିଥ୍ଯ ଗ୍ରହଣ କରିଥିଲେ । ଏସ୍ ବି  ଫୁଟବଲ  ଟୁର୍ଣ୍ଣାମେଣ୍ଟ କମିଟିର ସଭାପତି ଝାସକେତନ ମେହେର ,ସମ୍ପାଦକ କୋଦଣ୍ଡ ମେହେର, ଅଧିନାୟକ  ଶୁରେଶ ବାରିକ  ,କାହ୍ନା ନାୟକ  ,ଅରୁଣ ପାତ୍ର ,ମୁକେଶ ଭୋଇ, ବବୁଲୁ ଭୋଇ, ଆକାଶ ପାତ୍ର, ଦିଲିପ, ଦିନ, ବିକାଶ ଓ ଏସ୍ .ବି କ୍ଲବ କନ୍ଧକେଳ ଗାଁର ସମସ୍ତ ସଦସ୍ଯ ସହଯୋଗ କରିଥିଲେ ।

Related posts

ପୁରୁଷ ଏସୀୟ କପ୍ ଫୁଟବଲ୍ ପ୍ରତିଯୋଗିତାରେ ଜାପାନର ୟୋସିମି ୟମସିତା ପ୍ରଥମ ମହିଳା ରେଫରି ଭାବେ ମ୍ୟାଚ୍ ପରିଚାଳନା କରିବେ

Odisha Sports Bureau

ବାଙ୍ଗାଲୋରକୁ ଭେଟିବ ଓଡିଶା

Odisha Sports Bureau

ବିଶ୍ୱକପର କ୍ୱାର୍ଟର ଫାଇନାଲରୁ ବିଦାୟ ନେବା ପରେ କୋଚ୍ ପର୍ଣ୍ଣାଡୋ ସାଣ୍ଟୋସ ଇସ୍ତଫା

Odisha Sports Bureau