Cricket

କୋଲକାତା ଜିତିଲା ଗତ କାଲି ମ୍ୟାଚରେ

ହାଇଦ୍ରାବାଦ: ଗତ କାଲିର ମ୍ୟାଚରେ ହାଇଦ୍ରାବାଦକୁ ୫ ରନ୍ରେ ପରାସ୍ତ କରିଛି କୋଲକାତା ।କୋଲକାତା ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।ଦଳ ମାତ୍ର ୩୫ ରନରେ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ନୀତୀଶ ରାଣା ଓ ରିଙ୍କୁ ସିଂ ଲଢୁଆ ବ୍ୟାଟିଂ କରି ଦଳକୁ ବିପର୍ୟ୍ୟୟରୁ ଉଦ୍ଧାର କରିଥିଲେ।ନୀତୀଶ ୪୨ରନ ଓ ରିଙ୍କୁ ୪୬ରନ କରିଥିଲେ । କେବଳ ଆନ୍ଦ୍ରେ ରସେଲ ୨୪ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୭୧ରନ କରିଥିଲା । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୭୨ ରନ୍ର ଲକ୍ଷ୍ୟକୁ ପିଛା କରି ସମସ୍ତ ଓଭରରେ ୮ ୱିକେଟ ହରାଇ ୧୬୬ ରନ୍ କରି ପରାସ୍ତ ହୋଇଛି । କୋଲକାତା ପକ୍ଷରୁ ବିଭବ ଆରୋରା, ଶାର୍ଦ୍ଦୁଲ ଠାକୁର ୨-୨ ୱିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ, ଅନୁକୁଲ ରୟ, ଆଣ୍ଡ୍ରେ ରସେଲ, ହରସିତ୍ ରାଣା ୧-୧ ୱିକେଟ ନେଇ କୋଲକାତାକୁ ବିଜୟ ଦେଇଛନ୍ତି ।

Related posts

ମିନି ନିଲାମ ପାଇଁ ଅଣ୍ଟା ଭିଡିଲେଣି ସବୁ ଫ୍ରାଞ୍ଚାଇଜ୍

Odisha Sports Bureau

ସୁପର–୮ରେ ୱେଷ୍ଟଇଣ୍ଡିଜ୍‌ର ଦମଦାର ବ୍ୟାଟିଂ, ଭାରତ ସମ୍ମୁଖରେ ୧୯୬ ରନ୍‌ର ଲକ୍ଷ୍ୟ

ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ହେବାକୁ ଥିବା ଦୁଇଟି ଦିନିଆ ମ୍ୟାଚ୍‌ରେ ଭାରତ ଏ’ ଦଳର ନେତୃତ୍ୱ ନେବେ

Odisha Sports Bureau