Cricket

ବିଦାୟକାଳୀନ ମ୍ୟାଚ ଖେଳିବେନି କୋହଲି

ନୂଆଦିଲ୍ଲୀ: ଅଚାନକ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ କୋହଲିଙ୍କର ଏମିତି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ତେବେ କୋହଲିଙ୍କୁ ବିସିସିଆଇ ପକ୍ଷରୁ ଅଧିନାୟକଭାବେ ବିଦାୟକାଳୀନ ମ୍ୟାଚ ଖେଳିବାକୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଏହି ପ୍ରସ୍ତାବକୁ ମନା କରି ଦେଇଛନ୍ତି ବିରାଟ । ଗୋଟିଏ ମ୍ୟାଚ୍ରେ କୌଣସି ଫରକ ପଡିବ ନାହିଁ ବୋଲି ସେ କହିଛନ୍ତି। ୩୩ ବର୍ଷୀୟ କୋହଲି ବେଙ୍ଗାଲୁରୁରେ ଭାରତୀୟ ଦଳ ପାଇଁ ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ।

I've done the job': Virat Kohli steps down as India Test cricket captain

ବିସିସିଆଇ ସଂପାଦକ ଜୟ ଶାହା କହିଛନ୍ତି, ବିରାଟ କୋହଲି ଭାରତୀୟ କ୍ରିକେଟ୍ ଦଳର ସଫଳତମ ଅଧିନାୟକ ମଧ୍ୟରୁ ଜଣେ। ଜଣେ ଅଧିନାୟକ ଭାବେ ତାଙ୍କର ରେକର୍ଡ ଏବଂ ଯୋଗଦାନ କୌଣସି ଅଧିନାୟକଠୁ କମ ନୁହେଁ। ତାଙ୍କ ନେତୃତ୍ଵରେ ଭାରତୀୟ ଦଳ ୪୦ଟି ଟେଷ୍ଟ ଜିତିଛି। ସେ ଚମତ୍କାର ଭାବେ ଦଳର ନେତୃତ୍ଵ ନେଇଛନ୍ତି। ଆମେ ବିରାଟ କୋହଲିଙ୍କୁ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛୁ। ଆଶା କରୁଛି, ସେ ଭାରତୀୟ ଦଳରେ ତାଙ୍କର ଯୋଗଦାନ ଜାରି ରଖିବେ।ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିଜ ବୟାନରେ କହିଛନ୍ତି, ବିରାଟଙ୍କ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଭାବେ ଅପାର ଯୋଗଦାନ ପାଇଁ ବ୍ୟକ୍ତିଗତ ଭାବେ ତାଙ୍କୁ କୃତଜ୍ଞତା ଜଣାଉଛି। ତାଙ୍କ ନେତୃତ୍ଵରେ ଭାରତୀୟ କ୍ରିକେଟ୍ ଦଳ ଖେଳର ସମସ୍ତ ଫର୍ମାଟ୍ରେ ଦ୍ରୁତ ପ୍ରଗତି କରିଛି। ତାଙ୍କର ନିର୍ଣ୍ଣୟ ବ୍ୟକ୍ତିଗତ ଏବଂ ବିସିସିଆଇ ଏହାର ପୂରା ସମ୍ମାନ କରୁଛି।

Most successful Test captains: Smith, Ponting, Kohli among the top
ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିରାଟ । ତାଙ୍କ ନେତୃତ୍ୱରେ ଦଳ ଖୁବ ଭଲ ପ୍ରଦର୍ଶନ କରିବା ସହିତ ଏକ ନମ୍ବର ଦଳ ଭାବେ ମଧ୍ୟ ପରିଚୟ ପାଇଥିଲା ।

Related posts

ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚରୁ ବାଦ ପଡ଼ିଲେ ଦୀପକ ଚହର

Odisha Sports Bureau

କ୍ରିକେଟର ଯୁବରାଜ ସିଂହଙ୍କ ମାଆଙ୍କୁ ଧମକ ଦେଇ ଟଙ୍କା ନେବା ଉଦ୍ୟମରେ ମହିଳା ଗିରଫ

ପ୍ରୋଭିଡେନ୍ସ ଷ୍ଟାଡିୟମରେ ଆଜି ଭାରତ ଓ ଇଂଲଣ୍ଡ ଖେଳିବେ ସେମି ଫାଇନାଲ