Cricket

ବିଶାଖାପାଟଣା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସକୁ କୋଲକାତା ରାଇଡର୍ସ

ନୂଆଦିଲ୍ଲୀ: ଆଇପିଏଲର ୧୭ ତମ ସଂସ୍କରଣ । ଆଜି ଖେଳାଯିବ ଚଳିତ ସିଜିନରେ ୧୭ ତମ ମ୍ୟାଚ । ବିଶାଖାପାଟଣା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସକୁ କୋଲକାତା ରାଇଡର୍ସ । ରାତି ୮ଟାରେ ଖେଳାଯିବ ଏହି ମୁକାବିଲା ।
ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଲକାତା ନାଇଟ ରାଇଡର୍ମ ୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୨ଟି ଯାକ ମ୍ୟାଚ ବିଜୟୀ ହୋଇଛି । ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୪ ରନରେ ପରାସ୍ତ କରିଥିବା ବେଳେ ୨ୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରୁକୁ ୭ ୱିକେଟରେ ପରାସ୍ତ କରିଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରୁଛି କୋଲକାତା ଟିମ । ୪ଅଙ୍କ ସହ ପଏଣ୍ଟ ଟେବୁଲର ଟପ-୨ ରେ ରହିଛି କେକେଆର ଦଳ ।
ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଫର୍ମକୁ ଫେରିଛି । ବର୍ତ୍ତମାନ ସୁଦ୍ଧା ଟିମ ୩ଟି ମ୍ୟାଚ ଖେଳିଥିବା ବେଳେ ଦୁଇଟିରେ ବିଜୟ ହୋଇଛି । ଆଉ ବାକି ଗୋଟିଏ ମ୍ୟାଚରେ ପରାସ୍ତର ସାମ୍ନା କରିବାକୁ ପଡିଛି । ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗସ ଠାରୁ ୪ ୱିକେଟରେ ପରାସ୍ତ ହୋଇଥିବା ବେଳେ ୨ୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଠାରୁ ୧୨ ରେ ହାରିଥିଲା । ହେଲେ ତୃତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ୨୦ ରନରେ ପରାସ୍ତ କରିଥିଲା ପନ୍ଥ ବାହିନୀ । ମୋଟ୨ଅଙ୍କ ସହ ୭ମ ସ୍ଥାନରେ ରହିଛି ।
ସେହିପରି ବିଶାଖାପାଟଣାରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ପିଚ ମଧ୍ୟ ଏକ ହାଇସ୍କୋରିଂ ପିଚ । ତେଣୁ ବ୍ୟାଟରଙ୍କ ଦବଦବା ଦେଖିବାକୁ ମିଳିବ ବୋଲି କୁହାଯାଉଛି ।

Related posts

IPLରେ ୨୫ ଲକ୍ଷ କୋଟି ନିବେଶ କରିବାକୁ ଚାହୁଁଛନ୍ତି ସାଉଦି ପ୍ରିନ୍ସ,

Odisha Sports Bureau

ହନୁମାନଙ୍କ ଭକ୍ତ ରିଙ୍କୁ ସିଂ: କହିଲେ କ୍ରିକେଟ କ୍ୟାରିୟରର କାହାଣୀ ।

Odisha Sports Bureau

ଭାରତ – ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଟି-୨୦ ମ୍ୟାଚ

Odisha Sports Bureau