Cricket

ପୁଣି ମୁହାଁମୁହିଁ ହେବେ ମଣିପାଲ ଟାଇଗର୍ସ ଓ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା

ବ୍ୟୁରୋ : ମୈଦାନରେ କମାଲ କରିବାକୁ ପ୍ରସ୍ତୁତ ହେଲାଣି ଟିମ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା | ଏଥର ଲିଜେଣ୍ଡସ୍ ଲିଗ କ୍ରିକେଟରେ ପୁଣି ମଣିପାଲ ଟାଇଗର୍ସ ସହ ଲଢେଇ କରିବ ଇରଫାନଙ୍କ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଟିମ | ତେବେ ଏହି ଲିଗରେ ଶୁକ୍ରବାର କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରି ୨ ରନରେ ମଣିପାଲ ଟାଇଗର୍ସକୁ ପରାସ୍ତ କରିଥିଲା | ଆଉ ବର୍ତମାନ ପୁଣି କୋଣାର୍କ ସୂର୍ୟାସ୍ ଓଡ଼ିଶା ଦ୍ୱିତୀୟ ବିଜୟ ଉପରେ ନଜର ରଖିଛି। ରାଜସ୍ଥାନର ଯୋଧପୁରସ୍ଥିତ ବରକତୁଲ୍ଲା ଖାନ୍ ଷ୍ଟାଡିୟମରେ ଖେଳାଯାଇଥିଲା ଷ୍ପ୍ରଥମ ମ୍ୟାଚରେ କଡ଼ା ସଂଘର୍ଷ ପରେ ପରବର୍ତ୍ତୀ ମ୍ୟାଚ୍ ସୁରଟରେ ସେପ୍ଟେମ୍ବର ୨୭ରେ ଖେଳାଯିବ। ଏହି ମ୍ୟାଚରେ ପୁଣିଥରେ ମଣିପାଲ ଟାଇଗର୍ସ ସହିତ ମୁହାଁମୁହିଁ ହେବ ଇରଫାନଙ୍କ ଟିମ୍ l ଯାହା ସୁରଟର ଲାଲବାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଖେଳାଯିବ।

 

ଚଳିତ ସିଜନରେ ଏହା ମଣିପାଲ ଟାଇଗର୍ସର ଦ୍ୱିତୀୟ ମ୍ୟାଚ୍ ହେବ। ପ୍ରତିଦ୍ୱନ୍ଦ୍ୱୀ ଦଳ ବିଜୟ ସହ ଖାତା ଖୋଲିବାକୁ ଚାହିଁବେ, କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଦ୍ୱିତୀୟ ବିଜୟ ସହିତ ଆଉ ଦୁଇଟି ପଏଣ୍ଟ ପାଇବାକୁ ଲକ୍ଷ୍ୟ ରଖିଛି। ବିଜୟୀ ଦଳ ପ୍ରାୟତଃ ପରିବର୍ତ୍ତନ କରୁ ନଥିଲେ ମଧ୍ୟ ପୂର୍ବତନ ରଣଜୀ କ୍ରିକେଟର ନଟରାଜ ବେହେରାଙ୍କୁ ଏହି ମ୍ୟାଚରେ ଖେଳିବାକୁ ସୁଯୋଗ ଦିଆଯିବାର ସମ୍ଭାବନା ଥିବା ଚର୍ଚା ହେଉଛି | ତେବେ ଯଦି ନଟରାଜଙ୍କୁ ଏହି ମ୍ୟାଚରେ ସୁଯୋଗ ମିଳେ ତେବେ ଓଡ଼ିଆ ଫ୍ୟାନଙ୍କ ପାଇଁ ଏହା ଖୁସି ଆଣିବ l

Related posts

ଶୁଭମନଙ୍କ ଛକାରେ ଖୁସିରେ ଝୁମିଲେ ମୁମ୍ବାଇ ଟିମ

IPL 2026 ପୂର୍ବରୁ ନେଟ୍ସକୁ ଫେରିଛନ୍ତି ଧୋନି

Odisha Sports Bureau

ଉପୁଡିଗଲା ମିଡିଲ ଷ୍ଟମ୍ପ ,ଅମ୍ପାୟର ଦେଲାନି ଆଉଟ

Odisha Sports Bureau