କଟକ – କୁଡୋ କ୍ରୀଡା ରେ ଇତିହାସ ରଚିଲା ଓଡିଶା। ହିମାଚଳ ପ୍ରଦେଶ ରେ ଖେଳାଯାଇଥିବା ୧୨ ତମ ଜାତୟ କୁଡୋ ପ୍ରତିଯୋଗୀତାରେ ଓଡିଶା ହାତେଇଲା ୧୯ ପଦକ । ୩୨ ରାଜ୍ୟ ର ଖେଳାଳି ଙ୍କୁ ମାତ ଦେଇ ଏହି ରେକର୍ଡ ର ଅଧକାରୀ ହୋଇଛି ଟିମ ଓଡିଶା। ମୋଟ ୧୬ ଜଣ ପ୍ରତିଯୋଗୀ ଆଣିଦେଇଛନ୍ତି ଏହି ଗୌରବ । କୋଭିଡ ମଧ୍ୟରେ ଖେଳାଳି ଙ୍କ ଦୃଢ଼ ମନୋବଳ ଓ ନିଷ୍ଠାପର ଅଭ୍ୟାସ ତାଙ୍କୁ ଆଜି ଆଣି ଦେଇଛି ଏହି ବଡ଼ ସଫଳତା ।
ମିକ୍ସ ମାର୍ସଲ ଆର୍ଟ କହିଲେ କୁଡୋ କୁ ବୁଝାଏ । ଏହି ଗେମ ରେ ରହିଛି ଅନେକ ପ୍ରକାର ଟେକନିକ । ବିଶେଷ କରି ୮ ପ୍ରକାର ମାର୍ସଲ ଆର୍ଟ ରୁ କୋଡୋ ର ସୃଷ୍ଟି । ଜାପାନ ଦେଶ ରୁ ସୃଷ୍ଟି ହୋଇଛି ଏହି ସ୍ୱତନ୍ତ୍ର କ୍ରୀଡା। ତେବେ ତିନି ବର୍ଷ ହେବ ଓଡିଶା କ୍ରୀଡା ଜଗତ ରେ ପ୍ରବେଶ କରିଛି ଏହି କୁଡୋ ଗେମ । ଏହି କ୍ରୀଡାରେ ବିଶେଷକରି ଜୁଡୋ , କରାଟେ, ଟାଇକୋଣ୍ଡୋ , କିକ ବକ୍ସିଙ୍ଗ , ମୁଏଥାଇ , ଜୁ ଜିତ ସୁ , ଓ ରେସଲିଙ୍ଗ ଭଳି ଟେକନିକ ରହିଛି । ତେବେ ଏହି ମେଗା ପ୍ରତିଯୋଗୀତା ପାଇଁ ଓଡିଶା ରୁ ୧୬ ଜଣ ପ୍ରତିଯୋଗୀ ଭାଗନେଇଥିଲେ । । ସେଥିରୁ ୭ ଟି ସ୍ୱର୍ଣ୍ଣ , ୪ ଟି ରୌପ୍ୟ ଓ ୮ ବ୍ରୋଞ୍ଚ ପଦକ । ୧୪ ରୁ ୨୦ ରେ ଶେଷ ହୋଇଥିଲା ଏହି ମେଗା ପ୍ରତିଯୋଗିତା। ତେବେ କୋଭିଡ କାଳ ରେ ଖେଳାଳି ମାନଙ୍କ ମଧ୍ୟରେ ଦୃଢ଼ ମନୋବଳ ଓ ନିଷ୍ଠାପର ଅଭ୍ୟାସ ହିଁ ଓଡିଶା କୁ ଦେଇଛି ସଫଳତା ବୋଲି କହିଛନ୍ତି କୃତି ଖେଳାଳି ।
ଅନ୍ୟପଟେ ରାଜ୍ୟ କୁଡୋ ସଂଘର ଏପରି ସଫଳତା ଓଡିଶା କ୍ରୀଡା ଜଗତ ପାଇଁ ଆଣି ଦେଇଛି ସ୍ୱତନ୍ତ୍ର ସ୍ଥାନ। ଗୋଟିଏ ଇଭେଣ୍ଟ ରେ ୧୯ ପଦକ ଜିତିବା ଯାହା । ତେବେ ଆଗମୀ ଦିନରେ ଜାତୀୟ ଦଳ ରେ ଓଡିଶା ଖେଳାଳି ସୃଷ୍ଟି କରିବା ଓ ବିଶ୍ୱ ଚମ୍ପିୟାନସିପରେ କିପରି ଅଧିକ ଅଧିକ ରୁ ଭାଗ ନେଇ ଦେଶ ତଥା ରାଜ୍ୟ ପାଇଁ ଅଧିକ ଅଧିକ ରୁ ମେଡାଲ ଜିତିବା ସଂଘ ର ଲକ୍ଷ ବୋଲି କହିଛନ୍ତି ରାଜ୍ୟ ସମ୍ପାଦକ ।