Badminton

ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ସେମିରେ ହାରିଲେ ଲକ୍ଷ ସେନ୍‌

ଭାରତର ଉଦୀୟମାନ ଖେଳାଳି ଲକ୍ଷ ସେନ୍ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସର ପୁରୁଷ ବ୍ୟାଡମିଣ୍ଟନ୍ ସିଙ୍ଗଲ୍ ଇଭେଣ୍ଟର ସେମିଫାଇନାଲରେ ପରାଜୟର ସମ୍ମୁଖୀନ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସ ଚାମ୍ପିଅନ୍ ଭିକ୍ଟର ଆକ୍ସେଲସେନ୍ ଲକ୍ଷ ସେନଙ୍କୁ ୨୨-୨୦, ୨୧-୧୪ ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି ।

ତେବେ ଲକ୍ଷଙ୍କର ଯାତ୍ରା ଏଥିରେ ଶେଷ ହୋଇଯାଇନି । ବର୍ତ୍ତମାନ ସେ ବ୍ରୋଞ୍ଜ ପଦକ ପାଇଁ ଖେଳିବେ। ସେ ବ୍ରୋଞ୍ଜ ପଦକ ମ୍ୟାଚରେ ମାଲେସିଆର ଲି ଜି ଜିଆଙ୍କୁ ଭେଟିବେ। ଏହି ମ୍ୟାଚ୍ ସୋମବାର (୦୫ ଅଗଷ୍ଟ) ସନ୍ଧ୍ୟା ୬:୦୦ ରୁ ଖେଳାଯିବ ।

ପ୍ୟାରିସ ଅଲିମ୍ପିକ୍ସରେ ଏଯାଏ ଦମ ଦେଖାଇଥିବା ୨୨ ବର୍ଷୀୟ ଲକ୍ଷ୍ୟ ସେନ ଆଜି ମଧ୍ୟ ନିଜ ପ୍ରତିଭାର ଯାଦୁ ଦେଖାଇଥିଲେ। ଭିକ୍ଟର ଟପ୍‌ ସିଡ୍‌ ହୋଇଥିଲେ ହେଁ ପ୍ରଥମ ସେଟରେ ଲକ୍ଷ୍ୟ ତାଙ୍କୁ ପାଣି ପିଆଇ ଦେଇଥିଲେ। ପ୍ରଥମ ସେଟରେ ଲକ୍ଷ୍ୟଙ୍କୁ ୩ଟି ଗେମ ପଏଣ୍ଟ ମିଳିଥିଲେ ହେଁ ସେ ସୁଯୋଗ ହାତ ଛଡ଼ା କରିଥିଲେ।

ଏଥିସହ ୧୫-୧୧ ପଛରେ ଥିବା ଭିକ୍ଟର ଆକ୍ସେଲସେନ ଜବରଦସ୍ତ କମବ୍ୟାକ କରିଥିଲେ। ଏପରି କି ପ୍ରଥମ ସେଟକୁ ମଧ୍ୟ ୨୨-୨୧ରେ ଜିତି ଲକ୍ଷ୍ୟଙ୍କୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ଦ୍ୱିତୀୟ ସେଟରେ ଲକ୍ଷ୍ୟ ୭-୦ରେ ଆଗରେ ରହିଥିଲେ। ଭିକ୍ଟର ପୁଣି ଜବରଦସ୍ତ କମବ୍ୟାକ କରି ସ୍ଥିତି ୧୦-୧୦ କରି ଦେଇଥିଲେ। ତେବେ ଲକ୍ଷ୍ୟ ଦ୍ୱିତୀୟ ସେଟରୁ ପ୍ରଥମ ହାଫକୁ ୧୧-୧୦ରେ ଜିତି ନେଇଥିଲେ।

ଦ୍ୱିତୀୟ ସେଟର ପ୍ରଥମ ହାଫ ପରେ ଲକ୍ଷ୍ୟଙ୍କ ଲୟକୁ ଭିକ୍ଟର ପୂରା ବଦଳାଇ ଦେଇଥିଲେ। ସେ ଆଟାକ କରି ଲକ୍ଷ୍ୟଙ୍କୁ ପୂରା ଧରାଶାୟୀ କରିଥିଲେ। ଶେଷରେ ୨୧-୧୪ରେ ସେଟ ସହ ମ୍ୟାଚ୍‌ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି। ପୂରା ମ୍ୟାଚ୍‌ ୫୪ ମିନିଟ ଧରି ଚାଲିଥିଲା।

Related posts

ଅସୁସ୍ଥତା କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରିଲେ ସାଇନା

Odisha Sports Bureau

ୟୁଏସ୍ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଫାଇନାଲରେ ତନଭି ଓ ଆୟୁଷ

ଜାତୀୟ ସବ୍ ଜୁନିଅର ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପରେ ଓଡ଼ିଆ ଝିଅଙ୍କ କମାଲ୍

Odisha Sports Bureau