Cricket

ଲକ୍ଷ୍ମଣ ହେଲେ NCAର ନୂଆ ମୁଖିଆ

ନୂଆଦିଲ୍ଲୀ:  ଭାରତୀୟ ସିନିୟର କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ମନୋନୀତ କରାଯାଇଛି । ଏହାପରେ କୋଚ ପଦ ପାଇଁ ଦୌଡରେ ସାମିଲ ଥିବା ଭିଭିଏସ ଲକ୍ଷ୍ମଣଙ୍କୁ ମଧ୍ୟ ଏକ ଗୁରୁଦାୟିତ୍ୱ ଦିଆଯାଇଛି । ଜାତୀୟ କ୍ରିକେଟ ଏକାଡେମୀ ବା NCA ର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତର ପୂର୍ବତନ ଖେଳାଳୀ ଲକ୍ଷ୍ମଣ । ଏନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି ।

ଗାଙ୍ଗୁଲି କହିଛନ୍ତି ଯେ ପୂର୍ବତନ କ୍ରିକେଟରମାନେ ଭାରତୀୟ କ୍ରିକେଟର ଉନ୍ନତି ପାଇଁ ଆଗେଇ ଆସିବା ଉଚିତ୍ । କେବଳ ଗାଙ୍ଗୁଲି ନୁହେଁ ବୋର୍ଡ ସଚିବ ଜୟ ଶାହା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଚାହୁଁଥିଲେ ଯେ ଲକ୍ଷ୍ମଣ NCAର ମୁଖ୍ୟ ଭାବରେ କାର୍ୟ୍ୟ କରନ୍ତୁ । ଏହାପୂର୍ବରୁ ବିସିସିଆଇ ସୂତ୍ରରୁ ପ୍ରକାଶ ପାଇଥିଲା ଯେ ରାହୁଲ ଦ୍ରାବିଡଙ୍କ ସହ ଲକ୍ଷ୍ମଣଙ୍କର ଏକ ବିଶେଷ ସମ୍ପର୍କ ଅଛି ବୋଲି କୁହାଯଉଥିଲା । ଉଭୟ ଖେଳାଳୀ ଭାରତୀୟ କ୍ରିକେଟ ପାଇଁ ଖୁବ ଭଲ କାମ କରିଛନ୍ତି । ଉଭୟଙ୍କ ଦମଦାର ଯୋଡି ଟିମ ଇଣ୍ଡିଆକୁ ଆହୁରି ନେବ ବୋଲି ସମସ୍ତେ ଆଶା ରଖିଛନ୍ତି । ଆସନ୍ତା ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ରାହୁଲ ଦ୍ରାବିଡ କୋଚ ଭାବେ ନିଜ ଜର୍ଣ୍ଣି ଆରମ୍ଭ କରିବେ ।

Related posts

ଧୋନୀଙ୍କ ସ୍ଥାନ ନେଇପାରନ୍ତି ଏହି ଖେଳାଳୀ

Odisha Sports Bureau

ନ୍ୟୁଜିଲ୍ୟାଣ୍ଡ ଦଳ ଅଲଆଉଟ, ଭାରତ ଆଗରେ ୨୪୪ ରନ୍ ର ବିଜୟ ଲକ୍ଷ୍ୟ

Odisha Sports Bureau

ଓଡ଼ିଶା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ପ୍ରଶିକ୍ଷଣ ପାଇବାକୁ ମନୋନୀତ

Odisha Sports Bureau