Football

ହାର ଜିତ ଭିତରେ ବିଦାୟ ନେଲେ ଫୁଟବଲ ଦୁନିଆର କିମ୍ବଦନ୍ତୀ ଖେଳାଳି ଲିଓନେଲ୍ ମେସି

ବ୍ୟୁରୋ : ଫିଫା ବିଶ୍ବକପରେ ଟ୍ରଫି ନେଇଛି ଆର୍ଜେଣ୍ଟିନା । ଫାଇନାଲରେ ମୁକୁଟ ପିନ୍ଧିଛି ଭାଗ୍ୟଶାଳୀ ଆର୍ଜେଣ୍ଟିନା ଦଳ । ଏଥିସହ ଆର୍ଜେଣ୍ଟିନାର ମହାନ ଖେଳାଳିଙ୍କ ପାଇଁ ଏ ଥିଲା ସ୍ମରିଣୟ ଜିତ | ଏହି ଜିତର ସ୍ୱପ୍ନକୁ ସତର ବର୍ଷ ହେଲା ଅପେକ୍ଷାକରିଥିଲେ ସେହି ମହାନ ଖେଳାଳି ଲିଓନେଲ୍ ମେସି । ଆଉ ଏବେ ସାକାର ହୋଇଛି ତାଙ୍କ ସ୍ବପ୍ନ | ଫିଫା ବିଶ୍ୱକପର ଏ ମ୍ୟାଚ୍, ଖାଲି ମେସିଙ୍କୁ ଟ୍ରଫି ଦେଇନି, ବରଂ ୩୬ ବର୍ଷ ଧରି ବିଶ୍ୱକପ୍ ବିଜୟର ସ୍ୱପ୍ନ ଦେଖୁଥିବା ପ୍ରତିଟି ଆର୍ଜେଣ୍ଟିନାବାସୀଙ୍କ ସ୍ୱପ୍ନକୁ ମଧ୍ୟ ସାକାର କରିଛି । ଫାଇନାଲ ମ୍ୟାଚର ପେନାଲଟି ସୁଟଆଉଟରେ ୪-୨ ଗୋଲରେ ଫ୍ରାନ୍ସକୁ ହରେଇଛି ଆର୍ଜେଣ୍ଟିନାର ବୀର ଦଳ ।ଆଉ 36 ବର୍ଷ ପରେ ତୃତୀୟ ଥର ଲାଗି ଚାମ୍ପିଅନ ହୋଇଛି ଅର୍ଜେଣ୍ଟିନା ଟିମ୍ ।

୧୯୭୮ ଆଉ ୧୯୮୬ରେ ଫିଫା ବିଶ୍ୱକପ୍ ଜିତିଥିବା ଆର୍ଜେଣ୍ଟିନା, ଏହା ପରଠୁ ଆଉ କେବେ ଚାମ୍ପିୟନ୍ ହେଇପାରିନଥିଲା । କିନ୍ତୁ ଏହି ଜିତ ଆର୍ଜେଣ୍ଟିନାର ସବୁ ନିରାଶକୁ ନୂଆ ମୋଡ ଦେଇଛି | ଏହି ମ୍ୟାଚ ରେ କେବଳ ବିଜୟର ଖୁସି ମନ ଜାଇନି ବରଂ ପରାଜୟର ନିରାଶା ବି ଦେଇଛି | ମ୍ୟାଚର ଅନ୍ତରେ ଭାଙ୍ଗି ପଡିଛନ୍ତି ଫ୍ରାନ୍ସ | ଅନେକ ଲଢ଼ିବା ପରେ ହାରିଯାଇଛି ଫ୍ରାନ୍ସ |

ଏହାରି ଭିତରେ ସରିଯାଇଛି ଆର୍ଜେଣ୍ଟିନାର ସେହି ମହାନ ଖେଳାଳିଙ୍କ ଅବଧି | ଫିଫା ବିଶ୍ୱକପ୍ ଶେଷ ହୋଇଥିବା ବେଳେ ବିଦାୟ ନେଇଛନ୍ତି ଫୁଟବଲ ଦୁନିଆର କିମ୍ବଦନ୍ତୀ ଖେଳାଳି ଲିଓନେଲ୍ ମେସି ।

Related posts

କ୍ରୀଡାର ବିକାଶ ପାଇଁ ଅଣ୍ଟା ଭିଡିଲା ଆଳି ଆଥଲେଟିକ ଆସୋସିଏସନ

Odisha Sports Bureau

ମଞ୍ଚେଷ୍ଟର ସିଟିରୁ ଦୁଇ ବର୍ଷର ପ୍ରତିବନ୍ଧକ ହଟାଗଲା, ବର୍ତ୍ତମାନ ଚାମ୍ପିଅନ୍ସ ଲିଗରେ ଖେଳିବାର ରାସ୍ତା ସଫା

Odisha Sports Bureau

ଫାଇନାଲ୍ରେ ମୋହନବାଗାନ ସୁପର ଜାଏଣ୍ଟ୍ସ

Odisha Sports Bureau