Cricket

ପୁଣି କଳଙ୍କିତ ହେଲା ଜେଣ୍ଟିଲମ୍ୟାନ୍ସ ଗେମ କ୍ରିକେଟ

ମୁମ୍ବାଇ: କ୍ରିକେଟରେ ପୁଣି ଲାଗିଲା କଳା ଦାଗ । ଆପିଏଲ ମ୍ୟାଚରେ ବେଟିଂ କରି ଭର୍ସୋଭା ପୋଲିସ ଦ୍ୱାରା ଗିରଫ ହେଲେ ପୂର୍ବତନ କ୍ରିକେଟର ରବିନ ମୋରିସ୍ । ୪୪ ବର୍ଷିୟ ରବିନ ଉଭୟ ମୂମ୍ବାଇ ଓ ଓଡ଼ିଶା ପକ୍ଷରୁ ପ୍ରଥମ ଶ୍ରେଣି କ୍ରିକେଟ ଖେଳିସାରିଛନ୍ତି ।

ସୂଚନା ଅନୁଯାଇ, ଭର୍ସୋଭା ସ୍ଥିତ ୟାରି ରୋଡ ନିକଟବର୍ତ୍ତି ଏକ ଘରେ ଆପିଏଲ ମ୍ୟାଚ ବେଟିଂ ଚାଲିଥିବା ନେଇ ଖବର ପାଇ ସ୍ଥାନିୟ ପୋଲିସ ଚଢ଼ଉ କରିଥିଲା । ଫଳରେ ସେଠାରୁ ମୋରିସ୍ଙ୍କ ସମେତ ଆଉ ୩ ଜଣ ପୋଲିସ ହାତରେ ଧରା ପଡ଼ିଥିଲେ । ରବିନ ଘରୋଇ କ୍ରିକେଟରେ ମୋଟ୍ ୪୨ ଟି ମ୍ୟାଚ ଖେଳି ୧୩୫୮ ରନ୍ ସଙ୍ଗ୍ରହ କରିଛନ୍ତି । ଏହା ସହ ୫୧ ଟି ଲିଷ୍ଟ ଏ ମ୍ୟାଚ ଖେଳି ୧୩୯୭ ଏବଂ ୨ ଟି ଟି-ଟ୍ୱେଣ୍ଟି ମ୍ୟାଚ ମଧ୍ୟ ଖେଳିଛନ୍ତି ମୋରିସ୍ ।

Related posts

ଭାରତର ସବୁଠୁ ଲୋକ ପ୍ରିୟ ଖେଳାଳି : ପ୍ରଥମରେ କୋହଲି, ଦ୍ୱିତୀୟରେ ଧୋନି

Odisha Sports Bureau

ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା; ବାବର ଆଜାମଙ୍କ ସମେତ ଏହି ଖେଳାଳି ସ୍ଥାନ ପାଇଛନ୍ତି

Odisha Sports Bureau

ଟସ୍ ଜିତି ଟିମ ଭାରତ ବୋଲିଂ ନିଷ୍ପତି ନେଇଥିଲେ, ହିରୋ ସାଜିଲେ ଶାର୍ଦ୍ଦୁଲ

Odisha Sports Bureau