Cricket

ଟିମ୍ ଇଣ୍ଡିଆ ସ୍କ୍ୱାର୍ଡରେ ଯୋଗ ଦେବେ ମୟଙ୍କ ଅଗ୍ରୱାଲ

ମୁମ୍ବାଇ : ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଭାରତୀୟ ସ୍କ୍ୱାର୍ଡରେ ମୟଙ୍କ ଅଗ୍ରୱାଲ ଯୋଗ ଦେବେ । କ୍ୟାପଟେନ ରୋହିତ ଶର୍ମା କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ବଦଳରେ ମୟଙ୍କ ଓପନିଂ କରିବା ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ଉପଅଧିନାୟକ କେ.ଏଲ.ରାହୁଲ ଆଘାତଜନିତ କାରଣରୁ ଏହି ଟେଷ୍ଟ ମ୍ୟାଚ ଖେଳିବେ ନାହିଁ ବୋଲି ପୂର୍ବରୁ ସୂଚନା ମିଳିଥିଲା । ତାଙ୍କ ସ୍ଥାନରେ ଶୁଭମନ ଗିଲ୍ ଖେଳିବେ । ଫଳରେ ଆସନ୍ତା ୨ ତାରିଖରେ ହେବାକୁ ଥିବା ଟେଷ୍ଟ ମ୍ୟାଚରେ ଶୁଭମନ ଗିଲ୍ ଏବଂ ମୟଙ୍କ ଅଗ୍ରୱାଲ ଓପନିଂ କରିବା ସମ୍ଭାବନା ରହିଛି । ଅପରପକ୍ଷେ ରୋହିତ ଶର୍ମା ଏବଂ କେ.ଏଲ, ରାହୁଲ ଏହି ଟେଷ୍ଟ ମ୍ୟାଚରେ ନଖେଳିଲେ ମଧ୍ୟ ଭାରତୀୟ ଟିମ୍ ବହୁ ପୁରୁଖା ଓ ଅଭିଜ୍ଞ ଖେଳାଳି ରହିଛନ୍ତି ।

ତେବେ ୨-୨ରେ ବରାବର ଥିବା ୫ ମ୍ୟାଚ ବିଶିଷ୍ଟ ଏହି ସିରିଜ ପାଇଁ ଏହା ନିର୍ଣ୍ଣାୟକ ଟେଷ୍ଟ ହେବ । ତେଣୁ ଏହି ମ୍ୟାଚକୁ ଜିତିବା ପାଇଁ ଉଭୟ ଦଳ ଚେଷ୍ଟା କରିବେ । ଏହି ଟେଷ୍ଟ ସ୍କ୍ୱାର୍ଡରେ ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟାର, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ରିଷଭ ପନ୍ଥ, କେ.ଏସ.ଭରତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମୀ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଉମେଶ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା ପ୍ରମୁଖ ରହିଛନ୍ତି ।

Related posts

ଭାରତକୁ ଭାରତ ପିଚରେ ହରାଇବା ସହଜ ନୁହେଁ

Odisha Sports Bureau

୪ର୍ଥ ଟେଷ୍ଟ ମ୍ୟାଚରେ ସାମିଲ ହେବେ କେ ଏଲ ରହୁଲ

Odisha Sports Bureau

ଇତିହାସ ରଚିଲେ ରୋହିତ ଶର୍ମା

Odisha Sports Bureau