(ଓଡିଶା ସ୍ପୋର୍ଟ): ମେଲବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସ ମଧ୍ୟ ବିପର୍ୟ୍ୟୟ ପରିସ୍ଥିତି ଦେଇ ଗତିକରୁଛି ।ମେଲବର୍ଣ୍ଣ ଟେଷ୍ଟରେ ବିଜୟ ପାଇଁ ୩୯୯ ରନ ଟାର୍ଗେଟ ମିଳିଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଅଷ୍ଟ୍ରେଲିଆ ୪୦ ଓଭରରେ ୫ ୱିକେଟ ହରାଇ ୧୩୫ ରନ ସଂଗ୍ରହ କରିଛି ।ଭାରତ ୪ର୍ଥ ଦିନରେ ଶନିବାର ଖୁବ ଶୀଘ୍ର ୩ ୱିକେଟ ହରାଇବା ପରେ ଦ୍ୱିତୀୟ ପାଳିରେ ୮ ୱିକେଟ ହରାଇ ୧୦୬ ରନରେ ଘୋଷଣା କରିଥିଲା । ୪ ଟେଷ୍ଟ ମ୍ୟାଚର ୩ୟ ମୁକାବିଲାରେ ଭାରତ ପ୍ରଥମ ଇନିଂସରେ ୭ୱିକେଟ ହରାଇ ୪୪୩ ରନ କରିଥିଲା । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୫୧ ରନରେ ଅଲ ଆଉଟ ହେବା ପରେ ୩୯୯ ରନ ବିଜୟ ଲକ୍ଷ୍ୟ ମିଳିଛି ।
ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଭଲ ବ୍ୟାଟିଂ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ବିପର୍ୟ୍ୟୟର ଶିକାର ହୋଇଥିଲେ । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ବୋଲରମାନେ ୨ୟ ଇନିଂସରେ ଘାତକ ବୋଲିଂ କରିଛନ୍ତି । ପେଟ କମ୍ବିନ୍ସ କେବଳ ୧୧ ଓଭର ବୋଲିଂ କରି ୩ ମେଡେନ ନେଇଥିବା ବେଳେ ୨୭ ରନ ଖର୍ଚ୍ଚ କରି ୬ ୱିକେଟ ହାସଲ କରିଛନ୍ତି । ସେହିଭଳି ଜୋସ ହେଜଲବୁଡ ୧୦.୩ ଓଭର ବୋଲିଂ କରି ୩ ମେଡେନ ଓଭର ନେଇଛନ୍ତି । ସେ ୨୨ ରନ ଖର୍ଚ୍ଚ କରି ୨ ୱିକେଟ ନେଇଛନ୍ତି । କମ୍ବିନ୍ସଙ୍କ ବଲରେ ହନୁମା, ଚେତେଶ୍ୱର ପୂଜାରା, ଅଧିନାୟକ ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଦେଜା ଆଉଟ ହୋଇଥିଲେ ।