Cricket

ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ: ମନୋଜ ଇଲେଭେନ୍ ଜୟପୁରା କାଟେଣି ଚାମ୍ପିଅନ

ଢେଙ୍କାନାଳ : କଙ୍କଡ଼ାହାଡ଼ ବ୍ଲକ ଢୋଲପଶି ମା ତାରିଣୀ ଯୋଗ ଜ୍ୟୋତି କ୍ଲବ ତରଫରୁ ମିନି ଷ୍ଟାଡିୟମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ବି.ଜେ.ପି ନେତା ବିଭୂତି ଭୂଷଣ ପ୍ରଧାନ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ବାଟଗାଁ ସରପଞ୍ଚ ରୋଜୀନା ସ୍ୱାଇଁ, କଙ୍କଡ଼ାହାଡ଼ ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାସବିହାରି ସାହୁ, ପୂର୍ବତନ ବିରିବୋଲେଇ ପଞ୍ଚାୟତ ସରପଞ୍ଚ ଜଗନ୍ନାଥ ଗଡ଼ନାୟକ, ବିରାସାଳ ସରପଞ୍ଚ ରୁକ୍ମଣୀ ସେଠୀ, କ୍ଲବ୍ ମ୍ୟାନେଜର ପଦ୍ମଲାଭ ସିଂହ ଓ ମା ତାରିଣୀ ଯୋଗ ଜ୍ୟୋତି କ୍ରିକେଟ କ୍ଲବର ସଦସ୍ୟଙ୍କ ସହଯୋଗରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଥିଲା । ଏହି ଷ୍ଟାଡିୟମରେ ସାତ ଦିନ ଧରି ମ୍ୟାଚ୍ ଚାଲୁ ରହି ଥିଲା ।

ଏହି ମ୍ୟାଚ୍ ରେ ହାରା ହାରି ଷୋହଳ ଗୋଟି ଟିମ୍ ଅଂଶ ଗ୍ରହଣ କରିଥିଲେ।ସେଥି ମଧ୍ୟରୁ ମନୋଜ ଇଲେଭେନ୍ ଓ ଦିବ୍ୟ ଜ୍ୟୋତି କ୍ରିକେଟ କ୍ଲବ ପାଟଖଳି ଫାଇନାଲ ଗ୍ରାଉଣ୍ଡ କୁ ପହଁଚି ଥିଲେ । ଫାଇନାଲ ରାଉଣ୍ଡରେ ଦୁଇ ଟିମ୍ ମଧ୍ୟରେ ଅତି ଚିତା କର୍ଶକ ମ୍ୟାଚ୍ ମା ତାରିଣୀ ଯୋଗ ଜ୍ୟୋତି କ୍ରିକେଟ କ୍ଲବ ଢୋଲପଶି ମିନି ଷ୍ଟାଡିୟମରେ ଦେଖିବାକୁ ମିଳି ଥିଲା । ଏହି ଫାଇନାଲ ମ୍ୟାଚ୍ ରେ ମନୋଜ୍ ଇଲେଭେନ୍ ଚାମ୍ପିଅନ ଟ୍ରଫି ହାତେଇ ଥିବା ବେଳେ ଦିବ୍ୟ ଜ୍ୟୋତି କ୍ରିକେଟ କ୍ଲବ ପରାସ୍ତ ହୁଇ ରନର୍ ସପ୍ ଟ୍ରଫି ପାଇବାର ଯୁଗ୍ୟ ବିବେଚିତ ହୁଇ ଥିଲେ । ଏହି ଫାଇନାଲ ମ୍ୟାଚ୍ ରେ ଭାଇରାଲ ଆମ୍ପାୟର ବବୁଲୁ ସାହୁ ଅତି ସୁନ୍ଦର ଅମ୍ପାୟର କରି ଦର୍ଶକ ଙ୍କୁ ବେଶ୍ ଆକର୍ଷଣୀୟ କରି ଥିଲେ । ପଡିଆର ସ୍ଥିତି କିଛି ମାତ୍ରା ରେ ଦୁର୍ବଳ ଥିବାରୁ ଆଗାମୀ ଦିନରେ ପଡିଆର ସ୍ଥିତି ପରଖି ଆଗକୁ ଭଲ ଭାବରେ ପଡିଆ କୁ ତିଆରି କରାଯିବ ବୋଲି ବାଟଗାଁ ପଞ୍ଚାୟତ ସରପଞ୍ଚ ରୋଜିନା ସ୍ୱାଇଁ କହିଛନ୍ତି ।

Related posts

ଆସନ୍ତାକାଲି ଜିତିଲେ ପାକ୍ ରେକର୍ଡର ସମକକ୍ଷ ହେବ ଟିମ୍‌ ଇଣ୍ଡିଆ

Odisha Sports Bureau

ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ବିଗ ଫାଇଟ

ପୁଣି କଳଙ୍କିତ ହେଲା ଜେଣ୍ଟିଲମ୍ୟାନ୍ସ ଗେମ କ୍ରିକେଟ

Odisha Sports Bureau