Cricket

ଉପୁଡିଗଲା ମିଡିଲ ଷ୍ଟମ୍ପ ,ଅମ୍ପାୟର ଦେଲାନି ଆଉଟ

କ୍ରିକେଟ ମଇଦାନରେ ବିଭିନ୍ନ ପ୍ରକାରର ଘଟଣା ଘଟିଥାଏ । ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ୍‌ ଉଡିଯିବ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ବୋଲର ମିଡିଲ ଷ୍ଟମ୍ପ ବୋଲିଂ କରି ଓପାଡି ଦେଇଥିବା ବେଳେ ମଧ୍ୟ ଅମ୍ପାୟର ଆଉଟ ଦେଇନାହାନ୍ତି । କାରଣ ମିଡିଲି ଷ୍ଟମ୍ପ ଉପୁଡି ଯାଇଥିଲେ ମଧ୍ୟ ବେଲ୍ସ ଷ୍ଟମ୍ପ ଯେମିତିକୁ ସେମିତି ରହିଥିଲା । ଏମିତି ଘଟଣା ମେଲବର୍ଣ୍ଣ କ୍ରିକେଟ କ୍ଲବର ଏକ ମ୍ୟାଚ ସମୟରେ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଏହି ଘଟଣା ଭାଇରଲ ହେବା ପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଉ ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଏହା ଆଇସିସି ନିୟମ ପାଇଁ ବହୁତ ବଡ ଚ୍ୟାଲେଞ୍ଜ ହୋଇଛି । ଗିନିଣ୍ଡେରା କ୍ରିକେଟ କ୍ଲବ ଏବଂ ୱେଷ୍ଟ ଡିଷ୍ଟ୍ରିକ୍ଟ କ୍ରିକେଟ କ୍ଲବ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଖବର ମୁତାବକ, ଗିନିଣ୍ଡେରାର ବୋଲର ଆଣ୍ଡି ରେନାଲ୍ଡସ ବ୍ୟାଟର ମାଥ୍ୟୁ ବେସୁଷ୍ଟାକୁ ଆଉଟ୍‌ କରିଥିଲେ କିନ୍ତୁ ବଲ୍‌ ବାଜି ମିଡିଲ ଷ୍ଟମ୍ପ ଉପୁଡି ପଡିଥିଲା ସତ କିନ୍ତୁ ଷ୍ଟମରୁ ବେଲ୍ସ ତଳକୁ ପଡିନଥିଲା । ବେଲ୍ସ ଷ୍ଟମ୍ପ ଉପରେ ଯେମିତି ଥିଲା, ସେମିତି ରହିଥିଲା । ଏହାପରେ ବୋଲର ଓ୍ଵିକେଟ ନେଇଥିବା ଖୁସି ମନାଇଥିଲେ ଆଉ ବ୍ୟାଟର ପଡିଆ ଛାଡି ପାଭିଲିୟନ ଫେରିଯାଇଥିଲେ । ଏହାପରେ ଫିଲ୍ଡରେ ଥିବା ଦୁଇ ଅମ୍ପାୟର ମଧ୍ୟରେ ଦୀର୍ଘ ସମୟ ଧରି ଚର୍ଚ୍ଚା ହେବା ପରେ ବ୍ୟାଟରଙ୍କୁ ନଟଆଉଟ୍‌ କରାଯାଇଥିଲା।

ମେରିଲବୋନ କ୍ରିକେଟ କ୍ଲବ ଆଇନ ୨୯ ଅନୁଯାୟୀ, କ୍ରିକେଟରେ କୌଣସି ବ୍ୟାଟର ସେତେବେଳେ ବୋଲ୍ଡ ହେବେ, ଯେତେବେଳେ ବେଲ୍ସ ନିଜ ଜାଗାରୁ ହଟିବ । କିନ୍ତୁ ଏହି ମାମଲାରେ ଷ୍ଟମ୍ପ ସଂପୂର୍ଣ୍ଣ ଉପୁଡି ଯାଇଥିବା ବେଳେ ବେଲ୍ସ ସେମିତି ରହିଥିଲା । ଏହାର ଭିଡିଓ ଭାଇରଲ ହେଉଛି । କ୍ରିକେଟ ଫ୍ୟାନ୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

Related posts

ଫ୍ରେଞ୍ଚ ଓପନ ଟାଇଟେଲ ଜିତି ଧୁମ୍ ମଚାଇଲେ ସାଇରାଜ – ଚିରାଗ

Odisha Sports Bureau

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ହୋଇଯାଇଛନ୍ତି

Odisha Sports Bureau

ଆଜିଠାରୁ ଆରମ୍ଭ ଏସିଆ କପ ଟି-୨୦ ମ୍ୟାଚ ; ଶ୍ରୀଲଙ୍କା ଓ ଆଫସଗାନିସ୍ତାନ ହେବେ ମୁହାଁମୁହିଁ

Odisha Sports Bureau