Cricket

ଧୋନି ଓ ବିରାଟ୍‌ ଦେଲେ ଦମଦାର ବିଜୟ

(ଓଡିଶା ସ୍ପୋର୍ଟ ): ଅଷ୍ଟ୍ରେଲିଆ ମାଟିରେ ପୁଣି କମାଲ କରିଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି। ଆଡେଲେଡ୍‌ରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ବିରାଟ୍‌ ଶତକ ହାସଲ କରିଛନ୍ତି। ସେ ୧୦୮ଟି ବଲ୍‌ରେ ନିଜର ଶତକ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟର୍‌ର ୩୯ତମ ଶତକ। ଆଜିର ଶତକୀୟ ପାଳିରେ ବିରାଟ୍‌ ୫ଟି ଚୌକା ଓ ୨ଟି ଛକା ମାରିଛନ୍ତି। ଏହା ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟ୍‌ଙ୍କ ୬ଷ୍ଠ ଶତକ। ସେହିପରି ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ୬୪ତମ ଶତକ। ଧୋନିଙ୍କ ଅଷ୍ଟ୍ରେିଲିଆ ମାଟିରେ ଲଗାତାର ଦୁଇ ଦିନିକିଆରେ ଅଦ୍ଧ୍ୱର୍ ଶତକ ହାସଲ କରି ରୋମାଞ୍ଚକ ଭାବେ ବିଜୟ ହାସଲ କରିଛନ୍ତି ।

ମ୍ୟାଚ୍‌ କଥା ବିଚାରକୁ ନେଲେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍‌ରେ ୨୯୮ ରନ୍‌ କରିଛି। ୨୯୯ ରନ୍‌ ଟାର୍ଗେଟର ପିଛା ଭାରତ ୪ ୱିକେଟ ହରାଇ ବିଜୟ ହାସଲ କରିଛି । ସୂଚନାଯୋଗ୍ୟ, ଭାରତ ୩ଟିକିଆ ସିରିଜ୍‌ରେ ୧-୧ ରେ ସରିଜି ବରାବର କରିଛି। ତେଣୁ ଏହି ମ୍ୟାଚ୍‌ ଜିତି ସରିଜିକୁ ହାତେଇ ବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ।

Related posts

T20 ମହିଳା ବିଶ୍ୱକପ୍ ୨ ବର୍ଷ ପରେ ଫେରିଲେ ଏହି ଖେଳାଳି…

ଆଇସିସି ଟି-୨୦ ରାଙ୍କିଙ୍ଗର ନମ୍ବର-୧ ବ୍ୟାଟ୍ସଓମ୍ୟାନ୍ ଶେଫାଳୀ

ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଅନ୍ତିମ ୧୫ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରିଛି; ମାର୍ନସ୍ ଲାବୁସେନଙ୍କୁ ମିଳିଲା ସ୍ଥାନ, ଏଗର ବାହାର

Odisha Sports Bureau