ଧୋନି ସବୁ ବେଳେ କିଛି ନା କିଛି କାରଣ ପାଇଁ ଲାଇମ ଲାଇଟରେ ରୁହନ୍ତି ।ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଏମଏସ ଧୋନି ନିଜର କୁଲ୍ ଅନ୍ଦାଜ ପାଇଁ ସୁବବେଳେ ଚର୍ଚ୍ଚିତ । ଆଉ ପୁଣିଥରେ ଏମିତି କିଛି କରି ସମସ୍ତଙ୍କ ହୃଦୟକୁ ଜିତି ନେଇଛନ୍ତି ଧୋନି । ତେବେ ନିକଟରେ ଧୋନିଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ୍ ଖେଳିବା ପରେ ଏଠାରେ କାମ କରୁଥିବା ଗ୍ରାଉଣ୍ଡ ଷ୍ଟାଫଙ୍କ ସହିତ ସମୟ ବିତାଇଛନ୍ତି । ସେମାନଙ୍କ ସହିତ ସମୟ ବିତାଇବା ସହିତ ଅଟୋଗ୍ରାଫ ମଧ୍ୟ ଦେଇଛନ୍ତି । ଏହାସହିତ ୨୦ ଜଣ ଗ୍ରାଉଣ୍ଡ ଷ୍ଟାଫଙ୍କୁ ନଗଦ ପୁରସ୍କାର ମଧ୍ୟ ଦେଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି ।
ଧୋନିଙ୍କ ସହିତ ଦେଖା ହୋଇ ଅଟୋଗ୍ରାଫ ନେଇ ଗ୍ରାଉଣ୍ଡ ଷ୍ଟାଫ ସଦସ୍ୟ ଭାବୁକ ହୋଇଛନ୍ତି । ଧୋନିଙ୍କ ସହିତ ଦେଖା ହେବାର ଖୁସି ସେମାନଙ୍କ ମୁହଁରେ ଦେଖିବାକୁ ମିଳିଛି। ଏହି ସମୟରେ ଧୋନିଙ୍କ ସହିତ ସେମାନେ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି । ଧୋନି ସେମାନଙ୍କୁ ଦେଖା ହେବା ପରେ ସମସ୍ତଙ୍କୁ ଲଫାଫାରେ ନଗଦ ପୁରସ୍କାର ମଧ୍ୟ ଦେଇଛନ୍ତି ।