ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଟିମ ଇଣ୍ଡିଆ ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ମଧ୍ୟ ସ୍ଥାନ ହରାଇଛନ୍ତି ହାର୍ଦ୍ଦିକ । ଆଇପିଏଲ ୧୫ ପାଇଁ ମୁମ୍ବାଇ ହାର୍ଦ୍ଦିକଙ୍କୁ ରିଟେନ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । ମେଗା ଅକ୍ସନ ପାଇଁ ନିଜର ୪ ସର୍ବଶ୍ରେଷ୍ଠ ଖେଳାଳୀଙ୍କୁ ରିଟେନ କରିଛି ମୁମ୍ବାଇ ପଲଟନ । କିନ୍ତୁ ଏହି ଲିଷ୍ଟରୁ ବାଦ ପଡିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।
The @mipaltan retention list is out!
Comment below and let us know what do you make of it❓#VIVOIPLRetention pic.twitter.com/rzAx6Myw3B
— IndianPremierLeague (@IPL) November 30, 2021
ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବରୁ ଟିମ ଇଣ୍ଡିଆ ମଧ୍ୟ ହାର୍ଦ୍ଦିକଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଦଳରୁ ବାଦ ଦେଇଥିଲା । ଅଲରାଉଣ୍ଡର ଭାବେ ଦଳରେ ଜଣେ ନିୟମିତ ଖେଳାଳୀଭାବେ ସେ ସ୍ଥାନ ପାଇଥିଲେ । କିନ୍ତୁ ଆଘାତର ସର୍ଜରୀ ପରେ ସେ ବୋଳିଂ କରିବା ପାଇଁ ଫିଟ ହୋଇ ପାରୁନାହାନ୍ତି କୁମ୍ଫୁ ପାଣ୍ଡ୍ୟା । ଏଥି ସହିତ ଏହାର ପ୍ରଭାବ ଧୀରେ ଧୀରେ ତାଙ୍କ ବ୍ୟାଟିଂରେ ମଧ୍ୟ ଦେଖିବାକୁ ମିଳିଥିଲା । ଫଳରେ ୨୦୨୧ ଆଇପିଏଲରେ ୧୨ଟି ମ୍ୟାଚରୁ ୧୨୭ ରନ ସଂଗ୍ରହ କରି ପାରିଥିଲେ ପାଣ୍ଡ୍ୟା । ୨୦୧୫ରେ ପ୍ରଥମ ଥର ପାଇଁ ମୁମ୍ବାଇ ଟିମରେ ସ୍ତାନ ପାଇଥିଲେ ହାର୍ଦ୍ଦିକ । ମୁମ୍ବାଇ ପକ୍ଷରୁ ଖେଳି ସେ ମୋଟ ୧୪୭୬ ରନ ସଂଗ୍ରହ କରିଥିବା ବେଳେ ବୋଲିଂ କରି ୪୨ଟି ୱିକେଟ ଅକ୍ତିଆର କରିଛନ୍ତି ।
ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟର ଅଟନ୍ତି । ଏଥିସହ ସେ ଘରୋଇ କ୍ରିକେଟ ମଧ୍ୟ ସେ ବରୋଦା ଟିମରୁ ଖେଳନ୍ତି । ମିଡିଆ ରିପୋର୍ଟ ଅନୁସାରେ ଆସନ୍ତା ବର୍ଷ ହେବାକୁ ଥିବା ସିଜିନରେ ନୂଆ କରି ହେଉଥିବା ଟିମ ଅହମଦାବାଦରେ ସାମିଲ ହୋଇପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଅନ୍ୟ ପକ୍ଷରେ ହାର୍ଦ୍ଦିକ ଏବେ ବି ଖେଳିବା ପାଇଁ ଫିଟ ହୋଇ ନାହାନ୍ତି । ଫିଟ ହେବା ପାଇଁ ବିସିସିଆଇକୁ ଆଉ କିଛି ଦିନ ସମୟ ମାଗିଛନ୍ତି ହାର୍ଦ୍ଦିକ । ଯେ ପର୍ୟ୍ୟନ୍ତ ପାଣ୍ଡ୍ୟା ଫିଟ ହୋଇ ନାହାନ୍ତି, ସେ ପର୍ୟ୍ୟନ୍ତ ଦଳରେ ତାଙ୍କୁ ସାମିଲ କରାଯିବ ନାହିଁ ବୋଲି ଟିମ ମ୍ୟାନେଜମେଣ୍ଟ କହିଛି ।