Wrestling

ଜାତୀୟ ଟିଭି ଚ୍ୟାନେଲରେ ନାର୍କୋ ଟେଷ୍ଟର ସିଧା ପ୍ରସାରଣ କରାଯାଉ: ବଜରଙ୍ଗ

ନୂଆଦିଲ୍ଲୀ: ବାରମ୍ବାର ନାର୍କୋ ଟେଷ୍ଟକୁ ନେଇ ଉଠୁଥିବା ଦାବି ପାଇଁ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂହ। ନିଜ ପରୀକ୍ଷା ସହିତ ଅଭିଯୋଗକାରୀଙ୍କ ନାର୍କୋ ଟେଷ୍ଟ୍ କରାଯିବାକୁ ବ୍ରିଜଭୂଷଣ ଦେଇଥିବା ଆହ୍ବାନକୁ ବଜରଙ୍ଗ ସ୍ବୀକାର କରିଛନ୍ତି। ନାର୍କୋ ଟେଷ୍ଟ୍ ପାଇଁ ସମସ୍ତେ ପ୍ରସ୍ତୁତ ଥିବା ବଜରଙ୍ଗ କହିଛନ୍ତି। ରବିବାର ଏକ ଫେସ୍ବୁକ୍ ପୋଷ୍ଟ୍ରେ ବ୍ରିଜଭୂଷଣ ନିଜ ନିରୀହତା ପ୍ରମାଣିତ କରିବା ପାଇଁ ନାର୍କୋ ଟେଷ୍ଟ୍, ପଲିଗ୍ରାଫ୍ ଟେଷ୍ଟ୍ କିମ୍ବା ଲାଏ ଡିଟେକ୍ଟର ଟେଷ୍ଟ୍ ପାଇଁ ପ୍ରସ୍ତୁତ ଥିବା ଉଲ୍ଲେଖ କରିଥିଲେ। କିନ୍ତୁ ଏଥିପାଇଁ ସେ ଏକ ସର୍ତ୍ତ ରଖିଥିଲେ। ଭିନେଶ ଫୋଗତ ଓ ବଜରଙ୍ଗ ପୁନିଆ ମଧ୍ୟ ତାଙ୍କ ସହିତ ଏହି ପରୀକ୍ଷା ଦିଅନ୍ତୁ ବୋଲି ବ୍ରିଜଭୂଷଣ ଦାବି କରିଥିଲେ। ତାଙ୍କ ସର୍ତ୍ତ ମୁତାବକ ଯଦି ଉଭୟ କୁସ୍ତିଯୋଦ୍ଧା ଏଥିରେ ରାଜି ହୁଅନ୍ତି, ତାହେଲେ ସାମ୍ବାଦିକ ସମ୍ମିଳନୀ ଡାକି ଏହା ଉପରେ ଘୋଷଣା କରନ୍ତୁ। ଏହାପରେ ଯାଇ ସେ ସବୁପ୍ରକାରର ଟେଷ୍ଟ୍ ଦେବା ପାଇଁ ପ୍ରସ୍ତୁତ ରହିବେ ବୋଲି ବ୍ରିଜଭୂଷଣ ଆହ୍ବାନ ଦେଇଥିଲେ।
ବ୍ରିଜଭୂଷଣଙ୍କ ଏହି ପୋଷ୍ଟ୍ର ଜବାବ ରଖିବାକୁ ଯାଇ ବଜରଙ୍ଗ ମଧ୍ୟ ଏଥିପ୍ରତି ସମ୍ମତି ଜଣାଇଛନ୍ତି। ସୁପ୍ରିମ କୋର୍ଟଙ୍କ ନିରୀକ୍ଷଣରେ ଏବଂ ଜାତୀୟ ଟିଭି ଚ୍ୟାନେଲ୍ରେ ନାର୍କୋ ଟେଷ୍ଟର ସିଧାପ୍ରସାରଣ ପାଇଁ ବ୍ରିଜଭୂଷଣ ଆଗକୁ ଆସନ୍ତୁ ବୋଲି ବଜରଙ୍ଗ ପାଲଟା ଆହ୍ବାନ ଦେଇଛନ୍ତି। ଟେଷ୍ଟ୍ରେ କ’ଣ ପ୍ରଶ୍ନ କରାଯାଉଛି ତାହା ସମସ୍ତେ ଜାଣିବା ଦରକାର। ଏଥିପାଇଁ କେବଳ ଭିନେଶ ଓ ମୁଁ କାହିଁକି, ସମସ୍ତ ଅଭିଯୋଗକାରୀ କୁସ୍ତିଯୋଦ୍ଧାଙ୍କର ମଧ୍ୟ ଟେଷ୍ଟ୍ କରାଯାଉ ବୋଲି ବଜରଙ୍ଗ ଦାବି କରିଛନ୍ତି। ଗତ କିଛି ବର୍ଷ ଧରି କୁସ୍ତିଯୋଦ୍ଧାମାନଙ୍କ ସହ କ’ଣ ସବୁ ଅନ୍ୟାୟ କରାଯାଇଛି, ତାହା ସମଗ୍ର ଦେଶ ଜାଣିବା ଦରକାର । ବ୍ରିଜଭୂଷଣ ଜଣେ ଅଭିଯୁକ୍ତ ହୋଇଥିବା ବେଳେ ଗଣମାଧ୍ୟମରେ ତାଙ୍କୁ ଜଣେ ତାରକା ଭଳି ଦର୍ଶାଯାଉଥିବାରୁ ଏଥିପାଇଁ ବଜରଙ୍ଗ କ୍ଷୋଭ ପ୍ରକାଶ କରିଛନ୍ତି।

Related posts

ରେସଲର ଯୌନ ନିର୍ଯାତନା ମାମଲାରେ ନୋଟିସ

Odisha Sports Bureau

ସତ ସାମ୍ନାକୁ ଆଣିବାକୁ ଯେକୌଣସି ପରୀକ୍ଷାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ; ବ୍ରିଜଭୂଷଣ

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆସିଲେ ୧୯୮୩ ବିଶ୍ୱକପ୍ ବିଜେତା ଟିମ୍

Odisha Sports Bureau