Cricket

ଦିନିକିଆ ବିଶ୍ୱକପ୍‌ ପରେ ଦିନିକିଆ କ୍ରିକେଟ୍‌ରୁ ଅବସର ନେବାକୁ ନିଜେ ଘୋଷଣା କରିଛନ୍ତି ନବୀନ୍‌ ଉଲ୍‌-ହକ୍‌

ଆଫଗାନିସ୍ତାନ କ୍ରିକେଟର ବଡ଼ ଘୋଷଣା । ଆଫଗାନିସ୍ତାନ ଯୁବ ପେସ୍‌ ବୋଲର ନବୀନ ଉଲ୍‌-ହକ୍‌ ଦିନିକିଆ କ୍ରିକେଟ୍‌କୁ ବାଏ ବାଏ ଘୋଷଣା କରିଛନ୍ତି । ଆଗାମୀ ଦିନିକିଆ ବିଶ୍ୱକପ୍‌ ପରେ ଦିନିକିଆ କ୍ରିକେଟ୍‌ରୁ ଅବସର ନେବାକୁ ନିଜେ ଘୋଷଣା କରିଛନ୍ତି ନବୀନ୍‌ ଉଲ୍‌-ହକ୍‌ ।ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଆଇପିଏଲ-୨୦୨୩ର ସବୁଠାରୁ ବଡ଼ ବିବାଦର ସାମିଲ ହୋଇଥିଲେ ନବୀନ । ବିରାଟ କୋହଲିଙ୍କ ସହ ମତଭେଦ ପରେ ଏହି ବାକ୍ ଯୁଦ୍ଧ ଖୁବ ଆଗକୁ ବଢି ଯାଇଥିଲା । ତେବେ ଏହି ବିବାଦ ତାଙ୍କ କ୍ରିକେଟ କ୍ୟାରିୟର ଉପରେ ଖୁବ ମହଙ୍ଗା ପଡ଼ିଛି । ଆସନ୍ତା ଦିନିକିଆ ବିଶ୍ୱକପ ପରେ ଦିନିକିଆ କ୍ରିକେଟରୁ ବିଦାୟ ନେବା ନେଇ ଘୋଷଣା କରିଛନ୍ତି ନବୀନ ଉଲ୍ ହକ୍ । ଏ ନେଇ ସେ ନିଜେ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଲେଖିଛନ୍ତି ଯେ, ଦେଶର ପ୍ରତିନିଧିତ୍ୱ କରିବା ସମ୍ମାନର କଥା । ତେବେ ବିଶ୍ୱକପ ୨୦୨୩ ପରେ ଦିନିକିଆ କ୍ରିକେଟରୁ ଅବସର ଗ୍ରହଣ କରିବି ବୋଲି ସେ ଏହି ପୋଷ୍ଟରେ ଲେଖିଛନ୍ତି । କିନ୍ତୁ ଆଫଗାନିସ୍ତାନ ପକ୍ଷରୁ ଟି-୨୦ ଖେଳିବା ଜାରି ରଖିବେ ବୋଲି ପୋଷ୍ଟରେ ସୂଚନା ଦେଇଛନ୍ତି ନବୀନ । ଏହାପରେ ସେ ଲେଖିଛନ୍ତି ଯେ, ଏହି ବୟସରେ ଏଭଳି ନିଷ୍ପତ୍ତି ନେବା ସହଜ ନୁହେଁ, କିନ୍ତୁ ନିଜ କ୍ୟାରିୟର ଲମ୍ବା କରିବା ପାଇଁ ଏଭଳି କଠୋର ନିଷ୍ପତ୍ତି ନେବାକୁ ପଡ଼ିଲା । ଏହାପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଏବଂ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଷ୍ଟାର ବୋଲର ନବୀନ-ଉଲ୍-ହକ୍ ।ଗତ ଆଇପିଏଲ-୨୦୨୩ରେ ସେ ଲକ୍ଷେ୍ନø ସୁପର ଜିଆଣ୍ଟସ ତରଫରୁ ଖେଳୁଥିଲେ ।

ତେବେ ଆରସିବି ବିପକ୍ଷ ମ୍ୟାଚରେ ବିରାଟ କୋହଲିଙ୍କ ସହ ପାଟିତୁଣ୍ଡ କରି ବିବାଦ ଘେରକୁ ଆସିଥିଲେ ନବୀନ । କେବଳ ମ୍ୟାଚ ନୁହେଁ, ଖେଳ ସରିବା ପରେ ମଧ୍ୟ ହାତ ମିଳାଇବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ବେଳେ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ଯଦିଓ ଏହି ବିବାଦରେ ଦଳର ମେଣ୍ଟର ଗୌତମ ଗମ୍ଭୀର ନବୀନଙ୍କୁ ସମର୍ଥନ କରିଥିଲେ, କିନ୍ତୁ ଆୟୋଜକ କୋହଲି ଏବଂ ନବୀନଙ୍କ ଉପରେ ଜରିମାନା ଲାଗୁ କରିଥିଲେ ।

Related posts

ଦକ୍ଷିଣ ଆଫ୍ରିକାର ଟେଷ୍ଟ ଅଧିନାୟକ ଭାବରେ ଧୋନିଙ୍କ ଅପେକ୍ଷା ବିରାଟ କୋହଲି ଅଧିକ ସଫଳ

Odisha Sports Bureau

ବର୍ଷା ପରେ ପଡିଲା ଐତିହାସିକ ଟସ

ହାଇଦ୍ରାବାଦରେ ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ

Odisha Sports Bureau