More Sports

ନିଜ ରେକର୍ଡ ନିଜେ ଭାଙ୍ଗିଲେ ସୁନା ପୁଅ ନିରଜ

ନୂଆଦିଲ୍ଲୀ: ନିଜ ରେକର୍ଡ ନିଜେ ଭାଙ୍ଗିଲେ ନିରଜ । ପୁଣି ଏକ ନୂଆ ରାଷ୍ଟ୍ରୀୟ ରେକର୍ଡ ହାସଲ କରିଛନ୍ତି ନୀରଜ ଚୋପ୍ରା । ଅଲମ୍ପିକ୍ସ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଏହି ଖେଳାଳି ଫିନଲ୍ୟାଣ୍ଡର ପାଭୋ ନୁରର୍ମୀ ଗସ୍ତରେ ରଜତ ପଦକ ଜିତିବାରେ ସଫଳ ହୋଇଛନ୍ତି । ୮୯.୩୦ ମିଟର ଥ୍ରୋ ଫୋପାଡି ପାଭୋ ନୁରର୍ମୀରେ ନୀରଜ ଜିତିଛନ୍ତି ରଜତ ପଦକ । ଗତବର୍ଷ ମାର୍ଚ୍ଚରେ ପଟିୟାଲାରେ କରିଥିବା ୮୮.୭ ମିଟର ଥ୍ରୋର ରାଷ୍ଟ୍ରୀୟ ରେକର୍ଡକୁ ନିଜେ ହିଁ ଭାଙ୍ଗିଛନ୍ତି ।

 

ପ୍ରାୟ ୧୦ମାସ ପରେ ପାଭୋ ନୁରମୀ ଗେମ୍ସର ପ୍ରଥମ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି ନୀରଜ ଚୋପ୍ରା | ହେଲେ ପ୍ରତିଯୋଗିତାରେ ନୀରଜ ଚୋପ୍ରା ଅଲିଭର ହେଲେଣ୍ଡରଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି | ୮୯.୯୩ ମିଟର ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଅଲିଭର୍ ହେଲାଣ୍ଡର୍ । ପ୍ରାୟ ୯୦ ମିଟର ମାର୍କ ଛୁଇଁବାରେ ସଫଳ ହୋଇଛନ୍ତି ସୁନା ପୁଅ ନିରଜ । ଯାହାକି ଜାଭେଲିନ୍ ଥ୍ରୋ ଦୁନିଆରେ ଏକ ସ୍ୱର୍ଣ୍ଣ ପଦକ ଭାବରେ ପରିଗଣିତ ।

Related posts

ମିଆଁମାରରେ ମିଳିଥିବା ଟାଇଟଲ୍ ବିଜୟ ପାଇଁ ବଢାଇବ ମନୋବଲ: କୌଶଲ

Odisha Sports Bureau

ରାଜ୍ୟ ଓପନ ଚେସ: ପ୍ରିୟବ୍ରତ ପ୍ରଥମ, ମନିଷ ରନର୍ସଅପ

Odisha Sports Bureau

ଦୁତିଙ୍କୁ ଅକାଳ ପଦନ୍ନୋତି ଦେଲେ ଓଡିଶା ସରକର

Odisha Sports Bureau