More Sports

ନିଜ ରେକର୍ଡ ନିଜେ ଭାଙ୍ଗିଲେ ସୁନା ପୁଅ ନିରଜ

ନୂଆଦିଲ୍ଲୀ: ନିଜ ରେକର୍ଡ ନିଜେ ଭାଙ୍ଗିଲେ ନିରଜ । ପୁଣି ଏକ ନୂଆ ରାଷ୍ଟ୍ରୀୟ ରେକର୍ଡ ହାସଲ କରିଛନ୍ତି ନୀରଜ ଚୋପ୍ରା । ଅଲମ୍ପିକ୍ସ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଏହି ଖେଳାଳି ଫିନଲ୍ୟାଣ୍ଡର ପାଭୋ ନୁରର୍ମୀ ଗସ୍ତରେ ରଜତ ପଦକ ଜିତିବାରେ ସଫଳ ହୋଇଛନ୍ତି । ୮୯.୩୦ ମିଟର ଥ୍ରୋ ଫୋପାଡି ପାଭୋ ନୁରର୍ମୀରେ ନୀରଜ ଜିତିଛନ୍ତି ରଜତ ପଦକ । ଗତବର୍ଷ ମାର୍ଚ୍ଚରେ ପଟିୟାଲାରେ କରିଥିବା ୮୮.୭ ମିଟର ଥ୍ରୋର ରାଷ୍ଟ୍ରୀୟ ରେକର୍ଡକୁ ନିଜେ ହିଁ ଭାଙ୍ଗିଛନ୍ତି ।

 

ପ୍ରାୟ ୧୦ମାସ ପରେ ପାଭୋ ନୁରମୀ ଗେମ୍ସର ପ୍ରଥମ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି ନୀରଜ ଚୋପ୍ରା | ହେଲେ ପ୍ରତିଯୋଗିତାରେ ନୀରଜ ଚୋପ୍ରା ଅଲିଭର ହେଲେଣ୍ଡରଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି | ୮୯.୯୩ ମିଟର ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଅଲିଭର୍ ହେଲାଣ୍ଡର୍ । ପ୍ରାୟ ୯୦ ମିଟର ମାର୍କ ଛୁଇଁବାରେ ସଫଳ ହୋଇଛନ୍ତି ସୁନା ପୁଅ ନିରଜ । ଯାହାକି ଜାଭେଲିନ୍ ଥ୍ରୋ ଦୁନିଆରେ ଏକ ସ୍ୱର୍ଣ୍ଣ ପଦକ ଭାବରେ ପରିଗଣିତ ।

Related posts

ଲିସା କେଟଲୀ ହେଲେ ଫୁଲ ଟାଇମ କୋଚ୍

Odisha Sports Bureau

ଜାଭଲିନ୍ ଥ୍ରୋରେ ଡାଇମଣ୍ଡ ଜିତିଲେ ନୀରଜ ଚୋପ୍ରା

Odisha Sports Bureau

ମୌମା ଦାସଙ୍କ ସମେତ ମୋଟ ୭ଜଣ ଖେଳାଳିଙ୍କୁ ପଦ୍ମଶ୍ରୀ ପୁରସ୍କାର

Odisha Sports Bureau