Football

ବିଶ୍ୱକପ ଫୁଟୁବଲ ଷ୍ଟାଡିୟମରେ ବିୟର ମନା

ଦୋହା : ଆରମ୍ଭ ହେବ ବିଶ୍ୱକପ ଫୁଟୁବଲ । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଆୟୋଜକ ଏକ ବଡ ନିସ୍ପତ୍ତି ନେଇଛନ୍ତି । ଯାହାକି ପୁରା ଚର୍ଚ୍ଚାର ବିଷୟ ପାଲଟିଛି । ଷ୍ଟାଡିୟମ ରେ ବିୟର ବିକ୍ରି ମନା । ବିଶ୍ୱକପ ଫୁଟୁବଲ ମ୍ୟାଚ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇଦିନ ଥିବା ବେଳେ ଆୟୋଜକ ଏହି ନିସ୍ପତ୍ତି ପାଇଁ ହଇଚଇ ସୃଷ୍ଟି ହୋଇଛି । ଖେଳ ଅନୁଷ୍ଠିତ ହେବାକୁ ଥବବା ଷ୍ଟାଡିୟମରେ ଆଲକୋହଲ ଯୁକ୍ତ ବଅୟରକୁ ବାରଣ କରାଯାଇଛି । କିନ୍ତୁ ବିନା ଆଲୋକହଲ ଯୁକ୍ତ ବିୟରକୁ ବିକ୍ରି କରାଯାଇ ପାରିବ । ଏବଂ ଏହାସହ ଫିଫା ଫ୍ୟାନ ଫେଷ୍ଟିଭାଲ ଓ ଅନ୍ୟ ଲାଇସେନ୍ସଥିବା ଯାଗାରେ ବିକ୍ରି କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଫିଫା ଓ ଆୟୋଜନକ । ଏହି ଆଲକୋହଲ ନିଷେଦ୍ଧକୁ ନେଇ ଆଗକୁ ବିବାଦ ଲାଗି ରହିବ ବୋଲି ଆସଙ୍କା କରାଯାଉଛି । କାହିଁକି ନା ଫୁଟୁବଲ ବିଶ୍ୱକପ ଷ୍ଟାଡିୟମ ଗୁଡିକରେ ବିୟର ବିକ୍ରିପାଇଁ କମ୍ପାନି ବଡୱାଇଜର ଫିଫା ସହ ଚୁକ୍ତି କରିଛି । ଏଥିପାଇଁ ଫିଫାକୁ ୭୫ ନିୟୁତ ଡଲାର ପ୍ରଦାନ କରିଛି ବିୟର କମ୍ପାନି ।

Related posts

ମେସିଙ୍କୁ ତୃତୀୟଥର ପାଇଁ ମିଳିଲା ‘ଗୋଲ୍ଡେନ ଶୁ’ ପୁରଷ୍କାର

Odisha Sports Bureau

ଫୁଟବଲ ଖେଳୁଥିବା ସମୟରେ ଚାଲିଗଲା ଜୀବନ

Odisha Sports Bureau

କନ୍ଧକେଳଗାଁ ଷଷ୍ଠ ତମ ଏସ୍ .ବି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Odisha Sports Bureau