Football

ବିଶ୍ୱକପ ଫୁଟୁବଲ ଷ୍ଟାଡିୟମରେ ବିୟର ମନା

ଦୋହା : ଆରମ୍ଭ ହେବ ବିଶ୍ୱକପ ଫୁଟୁବଲ । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଆୟୋଜକ ଏକ ବଡ ନିସ୍ପତ୍ତି ନେଇଛନ୍ତି । ଯାହାକି ପୁରା ଚର୍ଚ୍ଚାର ବିଷୟ ପାଲଟିଛି । ଷ୍ଟାଡିୟମ ରେ ବିୟର ବିକ୍ରି ମନା । ବିଶ୍ୱକପ ଫୁଟୁବଲ ମ୍ୟାଚ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇଦିନ ଥିବା ବେଳେ ଆୟୋଜକ ଏହି ନିସ୍ପତ୍ତି ପାଇଁ ହଇଚଇ ସୃଷ୍ଟି ହୋଇଛି । ଖେଳ ଅନୁଷ୍ଠିତ ହେବାକୁ ଥବବା ଷ୍ଟାଡିୟମରେ ଆଲକୋହଲ ଯୁକ୍ତ ବଅୟରକୁ ବାରଣ କରାଯାଇଛି । କିନ୍ତୁ ବିନା ଆଲୋକହଲ ଯୁକ୍ତ ବିୟରକୁ ବିକ୍ରି କରାଯାଇ ପାରିବ । ଏବଂ ଏହାସହ ଫିଫା ଫ୍ୟାନ ଫେଷ୍ଟିଭାଲ ଓ ଅନ୍ୟ ଲାଇସେନ୍ସଥିବା ଯାଗାରେ ବିକ୍ରି କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଫିଫା ଓ ଆୟୋଜନକ । ଏହି ଆଲକୋହଲ ନିଷେଦ୍ଧକୁ ନେଇ ଆଗକୁ ବିବାଦ ଲାଗି ରହିବ ବୋଲି ଆସଙ୍କା କରାଯାଉଛି । କାହିଁକି ନା ଫୁଟୁବଲ ବିଶ୍ୱକପ ଷ୍ଟାଡିୟମ ଗୁଡିକରେ ବିୟର ବିକ୍ରିପାଇଁ କମ୍ପାନି ବଡୱାଇଜର ଫିଫା ସହ ଚୁକ୍ତି କରିଛି । ଏଥିପାଇଁ ଫିଫାକୁ ୭୫ ନିୟୁତ ଡଲାର ପ୍ରଦାନ କରିଛି ବିୟର କମ୍ପାନି ।

Related posts

ବେଙ୍ଗାଲୁରୁ ଓ କୋଲକାତାରେ ‘ମିଡିଆ ଡେ’ ଅନୁଷ୍ଠିତ

Odisha Sports Bureau

ଏସିଆ କପରେ୨୦୨୩ରେ, ମହିଲା ଓ ପୁରୁଷ ଫୁଟବଲ ଟଇମ ଖେଳିବ

ଆରପାରିରେ ଫୁଟବଲ ତାରକା ପେଲେ

Odisha Sports Bureau