Uncategorized

ନୋଭାକ ଜୋକୋଭିଙ୍କୁ ୨୪ତମ ଗ୍ରାଣ୍ଡସ୍ଲାମ

ନୂଆଦିଲ୍ଲୀ : ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିବାରେ ରେକର୍ଡ କରିଥିବା ନୋଭାକ ଜୋକୋଭିଚ ରବିବାର ରାତିରେ ନୂଅ । କୀର୍ତିମାନ ହାସଲ କରିଛନ୍ତି । ସେ ତାଙ୍କ ଟେନିସ କ୍ୟାରିୟରର ୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାତେଇଛନ୍ତି । ଅ ।ମେରିକା ଓପନ ଫାଇନାଲରେ ସେ ରୁଷର ଡାନିଲ ମେଡଭେଡେଭଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି । ଫାଇନାଲରେ ଦୁଇ ଶକ୍ତିଶାଳୀ ଖେଳାଳିଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । କିନ୍ତୁ ଶେଷରେ ଜୋକୋଭିଚ ୬-୩, ୭- ୬(୫) ଓ ୬-୩ରେ ମେଡଭେଡେଭଙ୍କୁ ହରାଇ ଟ୍ରଫି ଜିତିଛନ୍ତି । ଏକକ ପୁରୁଷ ବର୍ଗରେ ସର୍ବାଧିକ ଟ୍ରଫି ଜିତିବାର ରେକର୍ଡ କରିଥିବା ଜୋକୋଭିଚ ଏବେ ଅ ।ଉ ପାଦେ ଅ।ଗେଇଛନ୍ତି । ସେ ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ବେଳେ ତାଙ୍କ ପଛରୁ ରାଫେଲ ନାଡାଲ ୨୨ ଓ ଗତବର୍ଷ ଅବସର ଘୋଷଣା କରିଥିବା ରୋଜର ଫେଡେରର ୨୦ଟି ଟାଇଟଲ ଜିତି ତୃତୀୟ ସ୍ଥାନରେ ଅଛନ୍ତି । ସର୍ବିୟା ତାରକା ଜୋକୋଭିଚ ଏଯାଏ ଜିତିଥିବା ୨୪ଟି ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିଛନ୍ତି । ସେ ୧୦ଥର ଅଷ୍ଟ୍ରେଲିଅ । ଓପନ, ୭ଥର ୱିମ୍ବେଲଡନ, ୪ଥର ଅ ।ମେରିକା ଓପନ ଓ ୩ଟି ଫ୍ରେ ଓପନ ଟ୍ରଫି ଜିତିଛନ୍ତି । ୨୦୦୮ ଅଷ୍ଟ୍ରେଲିଅ । ଓପନ ପାଇନାଲରେ ସେ ଜୋ ୱିଲଫ୍ରାଏଡଙ୍କୁ ହରାଇ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାତେଇଥିଲେ । ଏହାପରେ ୨୦୧୧ରେ ସେ ଅ ।ଣ୍ଡି ମୁରେଙ୍କୁ ହରାଇ ଅଷ୍ଟ୍ରେଲିଅ । ଓପନ, ୨୦୧୧ରେ ସେ ନାଡାଲଙ୍କୁ ହରାଇ ୱିମ୍ବେଲଡନ, ୨୦୧୧ରେ ନାଡାଲାଙ୍କୁ ହରାଇ ଆମେରିକା ଓପନ, ୨୦୧୨ରେ ସେ ନାଡାଲଙ୍କୁ ହରାଇ ଅଷ୍ଟ୍ରେଲିଆ ଓପନ, ୨୦୧୩ରେ ମୁରେଙ୍କୁ ହରାଇ ଅଷ୍ଟ୍ରେଲିଆ ଓପନ ଦଖଲ କରିଥିଲେ ।

୨୦୧୪ରେ ସେ ଫେଡେରରଙ୍କୁ ହରାଇ ୱିମ୍ବେଲଡନ, ୨୦୧୫ରେ ମୁରେଙ୍କୁ ହରାଇ ଅଷ୍ଟ୍ରେଲିଅ। ଓପନ, ୨୦୧୫ରେ ଫେଡେରରଙ୍କୁ ହରାଇ ୱିମ୍ବେଲଡନ, ୨୦୧୫ରେ ଫେଡେରରଙ୍କୁ ହରାଇ ଆମେରିକା ଓପନ, ୨୦୧୬ରେ ମୁରେଙ୍କୁ ହରାଇ ଅଷ୍ଟ୍ରେଲିଆ ଓପନ, ୨୦୧୬ରେ ମୁରେଙ୍କୁ ହରାଇ ଫ୍ରେ ଓପନ, ୨୦୧୮ରେ କେଭିନ ଆଣ୍ଡେରସନଙ୍କୁ ହରାଇ ୱିମ୍ବେଲଡନ, ୨୦୧୮ରେ ଜୁଆନ ମାର୍ଟିନ ଡେଲ ପୋଟ୍ରୋଙ୍କୁ ହରାଇ ଆମେରିକା ଓପନ ଜିତିଥିଲେ । ସେହିପରି ୨୦୧୯ରେ ନାଡାଲଙ୍କୁ ହରାଇ ଅଷ୍ଟ୍ରେଲିଆ ଓପନ, ୨୦୧୯ରେ ଫେଡେରରଙ୍କୁ ହରାଇ ୱିମ୍ବେଲଡନ, ୨୦୨୦ରେ ଡୋମିନିକ ଥିଏମଙ୍କୁ ହରାଇ ଅଷ୍ଟ୍ରେଲିଆ ଓପନ, ୨୦୨୧ରେ ମେଡଭେଡେଭଙ୍କୁ ହରାଇ ଅଷ୍ଟ୍ରେଲିଅ । ଓପନ, ୨୦୨୧ରେ ଗ୍ରୀସର ଷ୍ଟେଫାନସ ସିସିପାସଙ୍କୁ ହରାଇ ଫ୍ରେ ଓପନ, ୨୦୨୧ରେ ମାଟ୍ଟୋ ବେରେଟ୍ଟିନିଙ୍କୁ ହରାଇ ୱିମ୍ବେଲଡନ, ୨୦୨୧ରେ ନିଟ କାୟରଗିଓସଙ୍କୁ ହରାଇ ୱିମ୍ବେଲଡନ, ୨୦୨୩ରେ ଷ୍ଟେଫାନସ ସିସିପାସଙ୍କୁ ହରାଇ ଅଷ୍ଟ୍ରେଲିଅ । ଓପନ, ୨୦୨୩ରେ କାସପର ରୁଡଙ୍କୁ ହରାଇ ଫ୍ରେ ଓପନ ଓ ୨୦୨୩ରେ ମେଡଭେଡେଭଙ୍କୁ ହରାଇ ଅ।ମେରିକା ଓପନ ଜିତିଛନ୍ତି ।

Related posts

ଆଜି ଯୁଗଳ ମ୍ୟାଚ ଦେଖିବ ବିଶ୍ୱ

Odisha Sports Bureau

ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

Odisha Sports Bureau

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ସ୍ବର୍ଣ୍ଣ ଆଣିଲେ ପ୍ରତ୍ୟାଶା

Leave a Comment