Football

ଡିଶା ଏଫସି ଓଡିଶାର ପ୍ରତିଭା ଟଙ୍କ ଧରବାଗଙ୍କସହ ଅଢ଼େଇ ବର୍ଷୀୟା ଚୁକ୍ତି ସ୍ୱାକ୍ଷର କରିଛି

ଭୁବନେଶ୍ୱର: ଓଡିଶା ଏଫସି ଓଡିଶାର ପ୍ରତିଭା ଟଙ୍କ ଧରବାଗଙ୍କସହ ଅଢ଼େଇ ବର୍ଷୀୟା ଚୁକ୍ତି ସ୍ୱାକ୍ଷର କରିଛି | ଏହି ଚୁକ୍ତିଟିକୁ ବିସ୍ତାର କରିବାର ବିକଳ୍ପ ମଧ୍ୟ ରହିଛି |

ଟଙ୍କ ଧର ନିଜର ଫୁଟବଲ ଯାତ୍ରା ଓଡ଼ିଶାର (ରାଜ୍ୟ) ଫୁଟବଲ୍ ଏକାଡେମୀରୁ ଆରମ୍ଭ କରିଥିଲେ, ଓଡିଶା ସ୍ପୋର୍ଟ ସହ ଷ୍ଟେଲରେ ରହି ଫୁଟବଲ କଳା କୌଶଳ ଶିଖିଥିଲେ। ତାଙ୍କର ପୋଜିସନ ରାଇଟ ବ୍ୟାକଟି ପ୍ରଧାନ୍ଵିତ ଅଟେ କିନ୍ତୁ ତାଙ୍କର ପ୍ରାକୃତିକ ସ୍ଥିତି ବ୍ୟତୀତ ଏହି ଡିଫେଣ୍ଡର ଜଣଙ୍କ ମଧ୍ୟ ଏକ ସେଣ୍ଟ୍ରାଲ ଡ଼ିଫେନସିଭ ଭୂମିକା ପରିଚାଳନା କରିବାରେ ସକ୍ଷମ ଅଟନ୍ତି |

 

ଟଙ୍କ ଧର ବାଗ ଇଣ୍ଡିଆନ ଆରୋଜ ୨୦୧୯-୨୦ ସିଜନରେ ଯୋଗ ଦେଇଥିଲେ | ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଇଣ୍ଡିଆନ ଆରୋଜ ଦଳରେ ପଦୋନ୍ନତି ମଧ୍ୟ ଦିଆଯାଇଥିଲା ଏବଂ ସେ ବରିଷ୍ଠ ଦଳରେ ସାମିଲ ହୋଇଥିଲେ | ଗତବର୍ଷ ସେ ଝଇୠୠ ଟ-୨୦ ଚାମ୍ପିଅନ ସିପରେ ଜାତୀୟ ଦଳ ପାଇଁ ଖେଳି, ନେପାଳ ଉପରେ ଭାରତର ଏକ ଧମାକେଦାର ୮-୦ ବିଜୟରେ ଏକ ଗୋଲ ମଧ୍ୟ ସ୍କୋର କରିଥିଲେ।

ଟଙ୍କ ଧର ଓଡିଶା ଏଫସିରେ ପ୍ରଥମ ଦଳର ସିଷ୍ଟମ ବିଷୟରେ ଜାଣିବା ପାଇଁ ତାଙ୍କର ପ୍ରଥମ ମାସଟି ବିତାଇବେ ଏବଂ ଓଡିଶା ଏଫସିର ରିଜର୍ଭ ଦଳରେ ଅନ୍ତର୍ଭୁକ୍ତ ହେବେ, ସେ ୨୦୨୩-୨୪ ଅଭିଯାନ ପୂର୍ବରୁ ପ୍ରଥମ ଦଳର ପ୍ରି-ସିଜନରେ ଯୋଗଦେବେ |

Related posts

ନେପାଳ ଓ ବାଂଲାଦେଶ ମ୍ୟାଚ ସମୟରେ ଗଣ୍ଡଗୋଳ

Odisha Sports Bureau

ଉପାନ୍ତ ଅଞ୍ଚଳରେ ଦୁର୍ଗା ପୂଜା ସହ ଫୁଟ ବଳ ଟୁର୍ନାମେଣ୍ଟ

Odisha Sports Bureau

ଲେୱାଣ୍ଡୋସ୍କିଙ୍କ ସହଯୋଗରେ ଫାଇନାଲରେ ବାଇର୍ନ