More Sports

ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ ଆରୋହଣ କଲେ ଓଡ଼ିଆ ଝିଅ ଅନିତା

ଭୁବନେଶ୍ବର:  ରାଜ୍ୟ ତଥା ଦେଶ ପାଇଁ ଗର୍ବ ଆଣିଛନ୍ତି ଓଡ଼ିଶାର ଝିଅ ଅନିତା । ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ ତାଞ୍ଜାନିଆର ମାଉଣ୍ଟ୍ କିଲିମାଞ୍ଜୋରୋ ଆରୋହଣ କରିଛନ୍ତି ଓଡ଼ିଆ ଝିଅ ଅନୀତା ସ୍ବାଇଁ। ବିଶ୍ବର ୭ଟି ସର୍ବୋଚ୍ଚ ମହାଦେଶୀୟ ଶୃଙ୍ଗ ଆରୋହଣର ସ୍ବପ୍ନ ଦେଖିଥିବା ଏହି ୨୭ ବର୍ଷୀୟା ଚନ୍ଦନପୁର ଝିଅଙ୍କ ଗୋଟିଏ ଶୃଙ୍ଗ ଶେଷ ହୋଇଛି।

ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ଆଲିଶା ଗ୍ରାମର ହଜାରି ସ୍ବାଇଁ ଏବଂ ପ୍ରଭାତୀ ସ୍ବାଇଁଙ୍କ କନ୍ୟା ଅନୀତା ଏବେ ଜାମସେଦପୁରସ୍ଥିତ ଟାଟା ଷ୍ଟିଲ୍ ଆଡଭେଞ୍ଚର୍ ଫାଉଣ୍ଡେସନ୍ (ଟିଏସ୍ଏଏଫ)ରେ ଇନ୍ଷ୍ଟ୍ରକ୍ଟର୍ସ ଭାବେ କାର୍ୟ୍ୟ କରୁଛନ୍ତି। ୧୯,୩୪୧ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଉଚ୍ଚତମ ଆଫ୍ରିକୀୟ ଶୃଙ୍ଗ ସହିତ ଅନୀତା ମଧ୍ୟ ‘ସେଭେନ୍ ସମ୍ମିଟ୍’ ଅଭିଯାନ ଆରମ୍ଭ କରିଛନ୍ତି। ପୂର୍ବରୁ ଭାରତର ୫ଟି ପ୍ରମୁଖ ପରିଚିତ ପର୍ବତ ମାଉଣ୍ଟ୍ ଶୀତିଧର (୨୦୧୫), ମାଉଣ୍ଟ୍ ଦାରୱା ଓ ରୁଦୁଗେରା (ଉଭୟ ୨୦୧୬), ମାଉଣ୍ଟ୍ ରେନକ୍ (୨୦୧୭) ଏବଂ ମାଉଣ୍ଟ୍ ଫ୍ରେଣ୍ଡସିପ୍ (୨୦୧୮) ଆରୋହଣ କରିସାରିଛନ୍ତି।

Related posts

ଅଶ୍ୱଚାଳନାରେ ଭାରତକୁୁ ସ୍ୱର୍ଣ୍ଣ , ଭାରତର ୩ୟ ସ୍ୱର୍ଣ୍ଣ

Odisha Sports Bureau

ପ୍ରେସିଡ଼େଣ୍ଟସ କପ ବକ୍ସିଂରେ ମେରୀଙ୍କୁ ସ୍ୱର୍ଣ୍ଣ

ଜାତୀୟ ରଗବି ଲାଗିରେ ଓଡ଼ିଶାର ନେତୃତ୍ଵ ନେବେ ହୁପି ମାଝୀ