volleyball

୨୧ବର୍ଷରୁ କମ ପୁରୁଷ ଭଲିବଲ ବିଶ୍ୱପ୍ରତିଯୋଗିତା ଭାରତୀୟ ଦଳରେ ଓଡିଆ ଖେଳାଳି

ଭୁବନେଶ୍ୱର: ବାହରିନରେ ଆୟୋଜିତ ହେବାକୁ ଥିବା ୨୧ବର୍ଷରୁ କମ ପୁରୁଷ ଭଲିବଲ ବିଶ୍ୱପ୍ରତିଯୋଗିତା ଭାରତୀୟ ଦଳରେ ସାମିଲ ହେଲେ ଓଡିଆ ଖେଳାଳି । ଚଳିତ ମାସ ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପୁରୁଷ ଭଲିବଲ ବିଶ୍ୱ ପ୍ରତିଯୋଗିତା ଲାଗି ଭାରତୀୟ ଘୋଷିତ ହୋଇଛି । ଏହି ୧୨ଜଣିଆ ଦଳରେ ଓଡିଶାରୁ ମହମ୍ମଦ ରାଜା ସ୍ଥାନ ପାଇଛନ୍ତି । କିଟ୍ ସ୍ଥିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ସମ୍ଭାବ୍ୟ ୨୦ ଜଣିଆ ଦଳର ପ୍ରଶିକ୍ଷଣ ଶିବିର ଦୁଇ ମାସ ଧରି ଅନୁଷ୍ଠିତ ହୋଇଥିଲା। ଏହି ଶିବିରରୁ ଚୂଡ଼ାନ୍ତ ୧୨ ଜଣିଆ ଦଳ ଚୟନ ହୋଇଛି। କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ଭାରତୀୟ ଭଲିବଲ୍ ମହାସଂଘ ସଭାପତି ଅଚ୍ୟୁତ ସାମନ୍ତ ଦଳର ସଫଳତା କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ଦଳରେ ଘୋଷିତ ହୋଇଥିବା ଖେଳାଳୀ ମାନଙ୍କ ମଧ୍ୟରେ ଦୁଶ୍ୟାନ୍ତ ସିଂହ(ଅଧିନାୟକ), ଅମନ କୁମାର, ମହମ୍ମଦ ରାଜା, ସନ୍ଦପ, ଯୁଗାଙ୍କ ବଳିୟାନ, ସମୀର ଚୌଧୁରୀ, ଭାରାନିଧରନ ଏସ, ତନିଶ ଚୌଧୁରୀ, ହର୍ଷିତ ଗିରି, ସଚି ଡଗର, କାର୍ତ୍ତିକେୟନ ଏକ, ଅଜିତ ଶେଖୋ, ଜେ ନନ୍ଦରାଜନ (ପ୍ରବନ୍ଧକ), ଜିଇ ଶ୍ରୀଧରନ (ମୁଖ୍ୟ ପ୍ରଶିକ୍ଷକ), ରାଜେଶ କୁମାର ଓ ପ୍ରବୀଣ କେ ଶର୍ମା (ସହଯୋଗୀ ପ୍ରଶିକ୍ଷକ) ରହିଛନ୍ତି ।

Related posts

ଏକ ଦିବସୀୟ “ସାନୁ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ’ ଅନୁଷ୍ଠିତ

Odisha Sports Bureau

ଭାରତୀୟ ଭଲିବଲ ଦଳର ଉଜ୍ଜ୍ୱଳ ଭବିଷ୍ୟତ ରାହୁଲ ବାରିକ

Odisha Sports Bureau

୧୫ ତମ ଏସୀୟ ମହିଳା ଭଲିବଲ୍ ଚାମ୍ପିଅନସିପ୍ ପାଇଁ ସ୍ପୋର୍ଟସ ହଷ୍ଟେଲର ଲିପିକା ଜେସ୍ ଙ୍କୁ ଚୟନ