archery

ଜାତୀୟ ତୀରନ୍ଦାଜି ପ୍ରତିଯୋଗିତାରେ ଓଡ଼ିଶା ଦଳ

କଟକ: ଇଣ୍ତିଆନ୍, ରିକର୍ଭ ଓ କମ୍ପାଉଣ୍ତ ବିଭାଗରେ ହେବାକୁଥିବା ୪୧ତମ ଜାତୀୟ ବରିଷ୍ଠ ତୀରନ୍ଦାଜି ପ୍ରତିଯୋଗିତାରେ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତା ଆସନ୍ତା ୨୧ ରୁ ୩୦ ତାରିଖ ପର୍ୟ୍ୟନ୍ତ ଜାମ୍ମୁ କାଶ୍ମୀରଠାରେ ଅନୁଷ୍ଠିତ ହେବ। ଇଣ୍ତିଆନ୍ ରାଉଣ୍ତର ପୁରୁଷରେ ସୂର୍ୟ୍ୟ ପଲେୟା, ସିମାଞ୍ଚଳ କାଦ୍ରେକା, ତ୍ରିନାଥ ମୁଣ୍ତା, ରତ୍ନ ମାଝୀ, ମହିଳାରେ ଲଳିତ ଖଣ୍ତପାତ୍ର, ଜୟଲକ୍ଷ୍ମୀ ମଲ୍ଲିକ, ରିକର୍ଭ ରାଉଣ୍ତର ପୁରୁଷରେ ପ୍ରଭାତ ମିଞ୍ଜ, ର˚ଜିତ ନାଏକ, ସୋମନାଥ ହେମ୍ବ୍ରମ, ସୁରେଶ ଵିକା, ମହିଳାରେ ମମିତା ଓରାମ, ମାଣିଶ୍ବେରୀ ହାଁସଦାକ, କମ୍ପାଉଣ୍ତ ରାଉଣ୍ତ ପୁରୁଷରେ ଦିବ୍ୟର˚ଜନ ମୁଣ୍ତା, ଭାଷ୍କର ଖିଲୋ, ରାହୁଲ ମାଡ଼କାମି, ଏରମା ପଡ଼ିଆମି, ମହିଳାରେ ପ୍ରୀତି ଓରାମ, ନାମ୍ସି ମୁଣ୍ତା, ଗୋଲାପ ନାଏକ ସ୍ଥାନ ପାଇଛନ୍ତି। ଓଡ଼ିଶା ତୀରନ୍ଦାଜି ସ˚ଘ ସଭାପତି ଗୋକୁଳ ଚନ୍ଦ୍ର ପତି, ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସ, ହାଲ୍ର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର, ମହାପ୍ରବନ୍ଧକ ରାମପ୍ରସାଦ ଚକ୍ରବର୍ତ୍ତୀ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related posts

ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ଭାରତୀୟ ମହିଳା ଦଳକୁ ସ୍ୱଣ୍ଣ, ଶୁଭେଚ୍ଛା ଜଣାଇଲେ ମୋଦି

Odisha Sports Bureau

ମିକ୍ସଡ ଟିମରେ ଇଭେଣ୍ଟରେ ଜ୍ୟୋଜି ଭେନମ ଓ ଓଜାସ ଡିଓଟାଲେ ଜିତିଲେ ସ୍ୱର୍ଣ୍ଣ ପଦକ

Odisha Sports Bureau

କମାଲ କରି ଦେଖାଇଲେ ପାୟଲ

Odisha Sports Bureau