Cricket

ପ୍ରଥମ ଦିନରେ ବରୋଦା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଓଡ଼ିଶା

କଟକ:- ଆଜିଠୁ ରଣ୍‌ଜୀ ଟ୍ରଫି ଅଭିଯାନ ଆରମ୍ଭ । ପ୍ରଥମ ଦିନରେ ବରୋଦା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଓଡ଼ିଶା । କଟକ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଟିମ୍ ଓଡ଼ିଶା । ତେବେ ଓଡ଼ିଶା ଏଥର ଭଲ ପ୍ରଦର୍ଶନ କରିବାର ଆଶା କରାଯାଉଛି । ପାଖାପାଖି ୨୪ବର୍ଷ ହୋଇଗଲାଣି ଓଡ଼ିଶା ରଣଜୀ ଟ୍ରଫିର ସେମି ଫାଇନାଲରେ ପ୍ରବେଶ କରିନି । ନକ୍‌ଆଉଟକୁ ଯିବାକୁ ହେଲେ ଏଥର ଦଳକୁ ଦମଦାର ପ୍ରଦର୍ଶନ କରିବାକୁ ପଡ଼ିବ ।

Ranji Trophy 2024-25: Odisha have it better on first day vs Meghalaya – The  Sports Room

ଗତବର୍ଷ ଉଭୟ ଓଡ଼ିଶା ଓ ବରୋଦା ଗୋଟିଏ ଗ୍ରୁପ୍‌ରେ ଥିଲେ । ବରୋଦା ୭ଟି ମ୍ୟାଚ୍‌ରୁ ୪ଟି ବିଜୟ ସହ ୨୭ ପଏଣ୍ଟ ପାଇ କ୍ବାର୍ଟରଫାଇନାଲରୁ ଅଳ୍ପକେ ବଞ୍ଚିତ ହୋଇଥିଲା । ଓଡ଼ିଶା ୭ଟି ମ୍ୟାଚ୍‌ରୁ ୨ଟି ଜିତି, ୩ଟି ହାରି ୧୭ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଥିଲା । ଦୁର୍ବଳ ମେଘାଳୟକୁ ଓଡ଼ିଶା ହରାଇବା ପରେ ବାରବାଟୀ ଷ୍ଟାଡିୟମ୍‌ରେ ମହାରାଷ୍ଟ୍ରକୁ ପରାସ୍ତ କରିଥିଲା । ବରୋଦାରେ ଗତବର୍ଷ ଓଡ଼ିଶାକୁ ଇନିଂସ ଓ ୯୮ ରନ୍‌ରେ ବରୋଦା ହରାଇଥିଲା । ବରୋଦାର ସ୍ପିନର ଚମତ୍କାର ପ୍ରଦର୍ଶନ କରିଥିଲେ । ତେବେ ବାରବାଟୀ ପିଚ୍‌ରୁ ସ୍ପିନରଙ୍କୁ ସେପରି ସଫଳତା ମିଳିବ ନାହିଁ । ତେଣୁ ଗତବର୍ଷର ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ଓଡ଼ିଶା ଖେଳିବ ।

Bengal | Ranji Trophy: Bengal batters bundled out for 88 versus Baroda -  Telegraph India

Related posts

ପାଣ୍ଡ୍ୟା ଓ ରାହୁଲ ଙ୍କୁ ଝଟକା, ୨୦-୨୦ ଲକ୍ଷ ଟଙ୍କାର ଜରିମାନା

Odisha Sports Bureau

ଏଥର ରୋହିତ ବାହିନୀ ନୁହେଁ ସୂର୍ଯ୍ୟବାହିନୀ ନେବ ପ୍ରତିଶୋଧ

Odisha Sports Bureau

ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ୍ ଦଳର ନୂଆ ଜର୍ସି ଉନ୍ମୋଚିତ

Odisha Sports Bureau