Uncategorized

ଅଙ୍କିତାଙ୍କୁ ଅଲିମ୍ପିକ୍ସ ଟିକେଟ୍‌

ଭାରତୀୟ ମହିଳା ତୀରନ୍ଦାଜ ଅଙ୍କିତା ଭକତ ଏଠାରେ ଚାଲିଥିବା ଶେଷ ଅଲିମ୍ପିକ୍ ଯୋଗ୍ୟତା ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହି ପ୍ରଦର୍ଶନ ବଳରେ ସେ ମହିଳା ତୀରନ୍ଦାଜିର ବ୍ୟକ୍ତିଗତ ବର୍ଗରେ ଆଗାମୀ ପ୍ୟାରିସ୍‌ ଅଲିମ୍ପିକ୍ସ ଟିକେଟ୍‌ ନିଶ୍ଚିତ କରିଛନ୍ତି। ରବିବାର ପ୍ରିକ୍ବାର୍ଟରଫାଇନାଲ୍‌ରେ ନବମ ମାନ୍ୟତାପ୍ରାପ୍ତ ଅଙ୍କିତା ୬-୦ (୨୬-୨୩, ୨୮-୨୨, ୨୮-୨୩)ରେ ୪୦ ମାନ୍ୟତାପ୍ରାପ୍ତ ଫିଲିପାଇନ୍ସର ଗାବ୍ରିଏଲା ମୋନିକା ବିଡ଼ୌରାଙ୍କୁ ପରାସ୍ତ କରିଥିଲେ। ଅଙ୍କିତାଙ୍କ ଯୋଗ୍ୟତା ପରେ ଭାରତ ଉଭୟ ମହିଳା ଓ ପୁରୁଷ ବ୍ୟକ୍ତିଗତ ବର୍ଗରେ ଅଲିମ୍ପିକ୍ସ ଟିକେଟ୍‌ ନିଶ୍ଚିତ କରିଛି। ପୂର୍ବରୁ ଧୀରାଜ ବୋମାଦେବରା ପୁରୁଷରେ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ କରିଥିଲେ। କ୍ବାର୍ଟରଫାଇନାଲ୍‌ରେ ଅଙ୍କିତା ଶୀର୍ଷ ମାନ୍ୟତାପ୍ରାପ୍ତ ଇରାନର ମୋବିନା ଫାଲାଙ୍କୁ ଭେଟିବେ। ତେବେ ପ୍ରଥମ ରାଉଣ୍ଡରେ ଦୀପିକା କୁମାରୀ ୪-୬ (୨୮-୨୬, ୨୭-୨୫, ୨୬-୨୩, ୨୫-୨୪, ୨୪-୨୫, ୨୭-୨୯)ରେ ଆଜରବୈଜାନର ୟାୟଲାଗୁଲ ରାମାଜାନୋଭାଙ୍କଠୁ ହାରିଯାଇଛନ୍ତି।

Related posts

ସ୍ୱର୍ଣ୍ଣ ହାସଲ କରିଥିବା ହର୍ଷବର୍ଦ୍ଧନ ସାହୁଙ୍କୁ ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଚମକିଲେ ଓଡ଼ିଆ ପୁଅ କିଶୋର ଜେନା

Odisha Sports Bureau

ହକି ଦଳରେ ଓଡିଶାର ୩ଜଣ ସ୍ଥାନ ପାଇଛନ୍ତି

Odisha Sports Bureau