Cricket

ସୁପର-୮ରେ ୩ ଦଳକୁ ଭେଟିବ ଭାରତ

ଟି ୨୦ ବିଶ୍ୱକପ ୨୦୨୪ ରେ ସୁପର-୮ ଟିମ ଘୋଷଣା ହୋଇସାରିଛି । ଭାରତ ବିପକ୍ଷରେ ସୁ ପର-୮ରେ ଅଷ୍ଟ୍ରେଲିଆ , ବାଂଲାଦେଶ ଏବଂ ଆଫଗାନିସ୍ତାନ ମ୍ୟାଚ ଖେଳିବେ । ଆଜି ବାଂଲାଦେଶ ନେପାକଳୁ ୨୧ ରନରେ ବିଜୟ ହାସଲ କରି ସୁପର-୮ରେ ନିଜର ସ୍ଥାନ ହାସଲ କରିଛି । ନେଦରଲାଣ୍ଡ ଟିମ ଶ୍ରୀଲଙ୍କା ଠାରୁ ହାରିଛି । ତେଣୁ ବାଂଲାଦେଣକୁ ଗ୍ରୁପ ଡିରେ ପ୍ରବେଣ କରିବାକୁ କୌଣସି କଷ୍ଟ କରିବାକୁ ପଡିନଥିଲା ।
ଭାରତ ସୁପର -୮ ରେ ସ୍ଥାନ ହାସଲ କରିଥିବା ସମସ୍ତ ଟିମ ସହିତ ୩ଟଇ ମ୍ୟାଚ ଖେଳିବ ।୩ଟି ମ୍ୟାଚରୁ ଅତିକମରେ ୨ ଟି ମ୍ୟାଚ ଜିତିବାକୁ ପଡିବ । ଦୁଇଟି ଟିମ ଜିତିଥିବା ଟିମ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଭାରତ ସୁପର -୮ ରେଗ୍ରୁପ ୧ରେ ରହିଛି । ଏହି ଗ୍ରୁପରେ ଅଷ୍ଟ୍ରେଲିଆ , ବାଂଲାଦେଶ ଏବଂ ଆଫଗାନିସ୍ତାନ ଟିମ ରହିଛି । ରୋହିତ ଶର୍ମା ବାହିନୀ ସୁପର-୮ରେ ଆଗାମୀ ମ୍ୟାଚ ୨୦ ଜୁନରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ । ଏହାପରେ ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳିବ । ଶେଷରେ ଅଷ୍ଟ୍ରେଲିଆ ବିପ’ରେ ୧୪ ଜୁନରେ ମ୍ୟାଚ ଖେଳିବ । ଏହି ସମସ୍ତ ମ୍ୟାଚ ୱେଷ୍ଟଇଣ୍ଡିଜରେ ଖେଳାଯି । ଭାରତ ଲିଗ ମ୍ୟାଚରେ ପ୍ରଥମେ ଆୟରଲାଣ୍ଡ ୮ ୱିକେଟରେ ହରାଇଥିଲା । ଏହାପରେ ପାକିସ୍ତାନ ଟିମକୁ ୬ ୱିକେଟରେ ହରାଇଥିଲା । ତୃତୀୟ ମ୍ୟାଚରେ ଆମେରିକାକୁ ୭ ୱିକେଟରେ ହରାଇ ବିଜୟ ପାଇଥିଲା । ଭାରତର ଶେଷ ମ୍ୟାଚ କାନାଡା ସହିତ ଥିଲା କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୋଇଥିଲା ।

Related posts

ଭାରତଠୁ ହାରିବା ପରେ ପାକିସ୍ତାନକୁ ଝଟକା, ଅନେକ ଖେଳାଳି ଜ୍ୱରରେ ପୀଡିତ

Odisha Sports Bureau

ଲକ୍ଷ୍ନୌ ମ୍ୟାଚ ବାତିଲ ପରେ ଶିଖିଲା ବିସିସିଆଇ

Odisha Sports Bureau

ମ୍ୟାଚ ପୂର୍ବରୁ ସାଉଥ ଆଫ୍ରିକାକୁ ଝଟକା

Odisha Sports Bureau