Uncategorized

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଚମକିଲେ ଓଡ଼ିଆ ପୁଅ କିଶୋର ଜେନା

ହଙ୍ଗେରୀ ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପରେ ଇତିହାସ ରଚିଛନ୍ତି ଓଡିଆ ପୁଅ କିଶୋର ଜେନା । ଜାଭେଲିନ ଥ୍ରୋ ଇଭେଣ୍ଟରେ କିଶୋର ଫାଇନାଲରେ ରାଉଣ୍ଡରେ ପହଞ୍ଚିଛନ୍ତି । ଯୋଗ୍ୟତା ପର୍ଯ୍ୟାୟ ବି ଗ୍ରୁପରେ ଥିବା କିଶୋର ୮୦.୫୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଟପ୍ ୧୨ରେ ରହିଛନ୍ତି ।କିଶୋର ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସପିରେ ଭାଗ ନେଇଥିବା ବେଳେ ଏବେ ଫାଇନାଲରେ ପ୍ରବେଶ କରିଛନ୍ତି।ସେ ଫାଇନାଲରେ ପ୍ରବେଶ କରିଥିବା ୧୨ ଜଣଙ୍କ ମଧ୍ୟରୁ ତାଲିକାର ୯ନଂ ସ୍ଥାନରେ ରହିଛନ୍ତି। ଜାଭେଲିନ୍ ଥ୍ରୋ କ୍ୱାଲିଫିକେସନ୍ ମ୍ୟାଚରେ ପ୍ରଥମେ ନୀରଜ ଚୋପ୍ରା ୮୮.୭୭ ମିଟର ଲମ୍ବା ଜଭେଲିନ ଫିଙ୍ଗି ଫାଇନାଲକୁ ପ୍ରବେଶ କରିଥିବା ସହ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି ।

 

Related posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ ନିର୍ବାଚନରେ ପିଟି ଉଷା

Odisha Sports Bureau

ସ୍ୱର୍ଣ୍ଣ ଜିତିଥିବା ଅଲମ୍ପିକ୍ସ ଧାବିକାଙ୍କ ପରଲୋକ

ଏସିଆନ୍ ଗେମ୍ସର ୨୦୨୩: ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ

Odisha Sports Bureau