ରାଉଲକେଲା : ଓଡିଶାର ନାରୀ ଓଡିଶା ପାଇଁ ସାଜୁଛନ୍ତି ଗର୍ବ ଓ ଗୌରବ । ଆକାଶରେ ଉଡିବା ହେଉ କି ପାଣିରେ ବୁଡିବା , ସବୁଥିରେ ପାରଙ୍ଗମ ଓଡିଆ ଝିଅ । କିନ୍ତୁ ଏବେ ବରଫରାଣୀ ସାଜିଛନ୍ତି ଓଡିଆ ଝିଅ ରଞ୍ଜିତା । ଓଡିଶାରେ ବରଫ ନାହିଁ ସତ, ତଥାପି ସ୍ନୋ ସ୍କିଙ୍ଗ ଖେଳରେ ସେ ହାସଲ କରିଛନ୍ତି ପାରଦର୍ଶିତା । ପେବ୍ରୁଆରୀ ମାସରେ ଜାମ୍ମୁ କାଶ୍ମୀରର ଗୁଲମାର୍ଗରେ ହେବାକୁ ଥିବା ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ସରେ ପ୍ରଥମ ଓଡିଆ ଝିଅ ଭାବେ ଭାଗ ନେବେ ରଞ୍ଜିତା ବେହେରା । ତେବେ ରଞ୍ଜିତା ହେଉଛନ୍ତି ଓଡିଶାର ଇସ୍ପାତ ନଗରୀ ରାଉଲକେଲାର ଝିଅ । ସେ ୨୦୧୬ରୁ ସେ ଏହି ଆଡ୍ଭେଞ୍ଜରର୍ସ ଗେମ ଆରମ୍ଭ କରିଥିଲେ ଓ ୨୦୨୦ରେ ତାଙ୍କୁ ଖେଲୋ ଇଣ୍ଡିଆ ପାଇଁ ଅଫର ଆସିଥିଲା । ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ସରେ ସ୍ନୋ ସ୍କିଙ୍ଗ ରେ ଭାଗ ନେବା ସହ ନ୍ୟାସନାଲ ଚମ୍ପିୟାନସିପ୍ରେ ମଧ୍ୟ ଅଂଶ ଗ୍ରହଣ କରିବେ । ସ୍ନୋ ସ୍କିଙ୍ଗର ସଲାୟଲମରେ ସେ ଖେଳିବା ସହ ଆଗକୁ ସ୍ନୋ ମାଉଣ୍ଟେନ୍ ହିୟରିଙ୍ଗ ରେ ଭାଗ ନେବେ । ତେବେ ତାଙ୍କୁ ଏହି ଖେଳ ପାଇଁ ଓଡିଶା ସରକାରଙ୍କ କ୍ରୀଡା ବିଭାଗ ମଧ୍ୟ ସାହାଯ୍ୟ କରିଛନ୍ତି । ଖେଲୋ ଇଣ୍ଡିଆ ପେବ୍ରୁଆରୀ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବା ବେଳେ ନ୍ୟାସନାଲ ଚମ୍ପିଆନସିପ ପେବ୍ରୁଆରୀ ୨୬ରୁ ୨୮ ଯାଏଁ ହେବ । ଉତ୍ସାହପୂର୍ଣ୍ଣ ଲାଗୁଥିବା ଏ,ହି ଖେଳ ସହଜ ନୁୁୁହେଁ । ଏ,ହି ଦୁଃସାହାସିକ ଖେଳ ପାଇଁ ତାଙ୍କ ନିଜ ଭିତରର ଇଚ୍ଛା ତାଙ୍କୁ ଆଗକୁ ନେିଛି ବୋଳି କହିଛନ୍ତି ସେ । ତେବେ ଖେଲୋ ଇଣ୍ଡିଆରେ ପଦକ ବିଜୟ କରି ଓଡିଶା ପାଇଁ ସେ ଗୌରବ ଆଣିବେ ବୋଲି ଆଶା କରାଯାଉୁଛି ।
If you’re seeking a preventative, we’ve gathered a few of the best stretch mark creams for pregnancy. viagra pills There are many pros and cons of the Affordable Care Act.