Cricket

ଶେଷ ଦିନରେ ଓଭାଲ ଟେଷ୍ଟ

ଓଭାଲ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନରେ ମ୍ୟାଚ । ଶେଷ ଦିନରେ ମ୍ୟାଚ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଯେଉଁଠାରେ ଉଭୟ ଦଳ ନିକଟରେ ଜିତିବାର ଆଶା ରହିଥିବା ବେଳେ ଡ୍ର ହେବାର ଆଶା ମଧ୍ୟ ରହିଛି । ମ୍ୟାଚର ଦ୍ୱିତୀୟ ଇନିଂସରେ ଭାରତର ଅନେକ ଖେଳାଳୀ ଲୟକୁ ଫେରିଥବା ନଜର ଆସିଛି । ଅଧିନାୟକ ବିରାଟ କୋହଲୀଙ୍କ ସମେତ ଚେତେଶ୍ୱର ପୂଜାରା ଏବଂ ରିଷଭ ପନ୍ତ ଦଳ ପାଇଁ କିଛି ଭାଗିଦାରୀ କରିଥିଲେ । ତେବେ ଉପ ଅଧିନାୟକ ଅଜିଙ୍କ୍ୟା ରାହାଣେ ଏବଂ ରବିନ୍ଦ୍ର ଜାଡେଜା ପୁଣି ଥରେ ନିରାଶ କରିଛନ୍ତି । କିନ୍ତୁ ଭାରତକୁ ମିଳିଛି ଜଣେ ଦମଦାର ଅଲରାଉଣ୍ଡର । ଶାର୍ଦ୍ଦୁଳ ଠାକୁରଙ୍କ ଜଲୱା ଦ୍ୱିତୀୟ ଇନିଂସରେ ମଧ୍ୟ ଦେଖିବାକୁ ମିଳିଛି । ଦ୍ୱିତୀୟ ଇନିଂସରେ ଆଉ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ଶାର୍ଦ୍ଦୁଳ । ଯାହା ଫଳରେ ଭାରତ ୪୬୬ ରନ କରିବା ସହ ଇଂଲଣ୍ଡକୁ ୩୬୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା ।
ମ୍ୟାଚର ଶେଷ ଦିନରେ ଇଂଲଣ୍ଡକୁ ଜିତିବା ପାଇଁ ୨୯୧ ରନର ଆବଶ୍ୟକତା ରହିଥିବା ବେଳେ ହାତରେ ସମସ୍ତ ୱିକେଟ ମହଜୁଦ ରହିଛି । ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ କୌଣସି ୱିକେଟ ନ ହରାଇ ୭୭ ରନ ସଂଗ୍ରହ କରିଛି । ଦ୍ୱିତୀୟ ଇନିଂସର ଆରମ୍ଭରୁ ହିଁ ଭାରତ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲା । ୪୬ ରନରେ ଲୋକେଶ ରାହୁଲ ଆଉଟ ହେବା ପରେ ପୂଜାରା ଏବଂ ରୋହିତ ଦଳର ସ୍ଥିତି ସୁଧାରିଥିଲେ । ରୋହିତଙ୍କ ୧୨୭ ଏବଂ ପୂଜାରାଙ୍କ ୬୧ ରନ ଭାରତକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲା । ପରେ ବିରାଯ କୋହଲୀ ୪୪ ରନ କରି ଆଉଟ ହେବାପରେ ରିଷଭ ପନ୍ତ ଏବଂ ଶାର୍ଦ୍ଦୁଳ ଠାକୁରଙ୍କ ଶତକୀୟ ଭାଗିଦାରୀ ସହ ବୁମରାହ ଏବଂ ଉମେଶ ଯାଦବ ମଧ୍ୟ ୨୫ ରନ ଲେଖାଏଁ ଭାରତର ସ୍କୋରବୋର୍ଡରେ ଯୋଡିଥିଲେ ।
ଏହାପରେ ୩୬୮ ରନ ବିଜୟ ଲକ୍ଷ୍ୟର ପିଛା କରି ଦୁଇ ଓପନର ରରି ବର୍ଣ୍ଣ୍ସ ଏବଂ ହାସିମ ଅହମ୍ମଦ ଦଳ ପାଇଁ ସୁନ୍ଦର ଆରମ୍ଭ କରିଛନ୍ତି । ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଦଳ ୭୭ ରନ କରିି କୌଣସି ୱିକେଟ ହରାଇ ନଥିଲା । ତେବେ ଶେଷ ଦିନରେ ଇଂଲଣ୍ଡକୁ ୨୯୧ ରନ ଆବଶ୍ୟକ ଥିବା ବେଳେ ଭାରତକୁ ୧୦ଟି ୱିକେଟର ଆବଶ୍ୟକତା ରହିଛି । ତେଣୁ ଏହି ମ୍ୟାଚ ଏବେ ଯେକୌଣସି ସ୍ଥିତିରେ ଶେଷ ହୋଇପାରେ ।

Related posts

କରୋନାରେ ସଂକ୍ରମିତ ହେଲେ ରାହୁଲ ଦ୍ରାବିଡ

Odisha Sports Bureau

ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ

ବିଶ୍ୱକପ୍ ପାଇଁ ଅମ୍ପାୟାର ,ରେଫରୀଙ୍କ ନାମ ସ୍ଥିର କରିଛି ଆଇସିସି

Odisha Sports Bureau

Leave a Comment