tenis

ମାଦ୍ରିଦ୍ ସ୍ପେନ୍‌ ମାଷ୍ଟର୍ସ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଉପବିଜୟିନୀ ପିଭି ସିନ୍ଧୁ

ମାଦ୍ରିଦ: ଉପବିଜୟିନୀ ପିଭି ସିନ୍ଧୁ | ଦୁଇ ଥର ଅଲିମ୍ପିକ୍‌ ପଦକ ବିଜୟିନୀ ଏବେ ମାଦ୍ରିଦ୍ ସ୍ପେନ୍‌ ମାଷ୍ଟର୍ସ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଉପବିଜୟିନୀ ହୋଇଛନ୍ତି। ରବିବାର ମହିଳା ଏକକ ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ସିନ୍ଧୁ ୮-୨୧, ୮-୨୧ରେ ସିଧାସଳଖ ଗେମ୍‌ରେ ଇଣ୍ଡୋନେସିଆର ଗ୍ରିଗୋରିଆ ତୁନ୍‌ଜୁଙ୍ଗଙ୍କଠୁ ହାରି ଯାଇଥିଲେ। ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟ ପରେ ସିନ୍ଧୁଙ୍କ ପ୍ରଥମ ଫାଇନାଲ୍‌ ଖେଳିଥିଲେ ମଧ୍ୟ ଟ୍ରଫି ଜିତିବାରେ ବିଫଳ ହୋଇଥିଲେ। ପୂର୍ବରୁ ସେମିଫାଇନାଲ୍‌ରେ ସିନ୍ଧୁ ୨୪-୨୨, ୨୨-୨୦ରେ ତାଙ୍କ କମ୍‌ ମାନ୍ୟତାପ୍ରାପ୍ତ ସିଙ୍ଗାପୁରର ୟିଓ ଜିଆ ମିନ୍‌ଙ୍କୁ ମାତ୍‌ ଦେଇଥିଲେ। ସେହିଭଳି ସେମିଫାଇନାଲ୍‌ରେ ତୁନ୍‌ଜୁଙ୍ଗ ୧୦-୨୧, ୨୧-୧୫, ୨୧-୧୦ରେ ସ୍ଥାନୀୟ ଖେଳାଳି ତଥା ଶୀର୍ଷ ମାନ୍ୟତାପ୍ରାପ୍ତ କାରୋଲିନା ମାରିନ୍‌ଙ୍କୁ ହରାଇଥିଲେ।

 

Related posts

କାର୍ଲୋସ୍ ଅଲ୍କାରେଜ୍ଙ୍କୁ କ୍ୱାର୍ଟର ଫାଇନାଲ୍ରେ ହରାଇଲେ ବେନ୍ ଶେଲଟନ୍

Odisha Sports Bureau

ଆଇଟା ୧୪ ବର୍ଷରୁ କମ୍ ଟ୍ୟାଲେଣ୍ଟ ସିରିଜ୍ ବାଳିକା ବର୍ଗରେ ବିଜେତା ହେଲେ ସାନଭି

Odisha Sports Bureau