Cricket

ବାବର ଆଉଟ ହେବାରୁ ଟିଭି ଭାଙ୍ଗିଲେ କୁନି ଫ୍ୟାନ

ଭାରତ ପାକିସ୍ତାନ ମ୍ୟାଚର କ୍ରେଜ ସବୁଆଢେ ଦେଖିବାକୁ ମିଳଥିଲା । କ୍ରିକେଟ ଦୁନିଆରେ ଏହି ଦୁଇଟି ଟିମର ମ୍ୟାଚ ଦେଖିବାକୁ ଫ୍ୟାନ୍ସ ସବୁବେଳେ ଉତ୍ସାହିତ ରହିଥାନ୍ତି । ଆଉ ବିଶ୍ୱକପ ମ୍ୟାଚରେ ଭାରତ ୭ ୱିକେଟରେ ମ୍ୟାଚ ଜିତିବା ପରେ ପାକିସ୍ତାନ ଅବସ୍ଥା ନ କହିଲେ ଚଳେ । ପାକିସ୍ତାନୀ ଫ୍ୟାନ୍ସ ସବୁବେଳେ ଟିଭି ଉପରେ ରାଗ ସାରନ୍ତି । ଆଉ ଯାହାର ଭିଡିଓ ଦେଖିବାକୁ ମିଳିଛି ।

ଭିଡିଓରେ ଦେଖିବାକୁ ମିଳିଛି କି, ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଆଉଟ ହେବା ପରେ ରାଗରେ ଜଣେ କୁନି ଫ୍ୟାନ୍‌ ଘରର ଟିଭି ଭାଙ୍ଗି ଦେଇଛନ୍ତି । ଘରେ ବସି ସମସ୍ତଙ୍କ ସହିତ ଟିଭି ଦେଖୁଥିବା ବେଳେ ବାବର ଆଜମ ଆଉଟ ହେବା ପରେ ଫ୍ୟାନ୍‌ ଜଣକ ଟିଭିକୁ କିଛି ମାରି ଭାଙ୍ଗି ଦେଉଛନ୍ତି ।

ଏବେ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ପାକିସ୍ତାନୀ ପରିବାର ଭାରତ-ପାକ୍‌ ମ୍ୟାଚ ଦେଖୁଥିବା ବେଳେ ପିଲାଟି ବାବର ଆଜମ ଆଉଟ ହେବା ପରେ କିପରି ଟିଭି ଭାଙ୍ଗୁଛି ଦେଖିବାକୁ ମିଳିଛି ।

Related posts

ଖୁବଶୀଘ୍ର ଚେନ୍ନାଇ ସୁପର କିଙ୍ଗସ ଛାଡିପାରନ୍ତି ରବୀନ୍ଦ୍ର ଜାଡେଜା

Odisha Sports Bureau

କାହିଁକି ୨୦୨୪ ଆଇପିଏଲରୁ ବ୍ରେକ୍ ନେଲେ ଆରସିବିର ଅଲରାଉଣ୍ଡର ଖେଳାଳି ଗ୍ଲେନ୍ ମାକ୍ସୱେଲ ?

Odisha Sports Bureau

ଆଜି ମୁହାଁ ମୁହିଁ ହେବେ ପଞ୍ଜାବ କିଙ୍ଗିସ ଏବଂ ରାୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Odisha Sports Bureau