Cricket

ପାଣ୍ଡ୍ୟାଙ୍କୁ କପି କରୁଛି ପାକିସ୍ତାନ, ଖେଳାଳୀ ଦେଲେ ସମାନ ପୋଜ

ପାଣ୍ଡ୍ୟାଙ୍କୁ କପି କରୁଛି ପାକିସ୍ତାନ। ଭାଇରାଲ ହେବା ପାଇଁ ପାଣ୍ଡ୍ୟାଙ୍କ ଭଳି ପୋଜ ଦେଉଛନ୍ତି ଖେଳାଳି। ଟ୍ରଫି ସିନା ଜିତିପାରିଲେନି ହେଲେ ଷ୍ଟାଇଲ କପି କରିପାରିଲେ । ହଂକଂ ସିକ୍ସେସ୍ ୨୦୨୫ରେ, ପାକିସ୍ତାନ ୧୪ ବର୍ଷ ପରେ ନିଜର ଶ୍ରେଷ୍ଠତ୍ୱ ପୁନର୍ବାର ଜାହିର କରିପାରିଛି। ଫାଇନାଲରେ ବିଜୟୀ ହୋଇଛି ପାକିସ୍ତାନ। ବିଜୟ ପରେ ପାକିସ୍ତାନୀ ଖେଳାଳିମାନେ କ’ଣ କଲେ ତାହା ଉପରେ ଆଲୋଚନା ହେଉଛି। ମିଶନ ରୋଡ ଗ୍ରାଉଣ୍ଡରେ ଫାଇନାଲ ମ୍ୟାଚରେ କୁଏତକୁ ୪୩ ରନରେ ହରାଇ ୬ ଥର ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି । ହେଲେ ଏହି ମ୍ୟାଚ ଜିତିବା ପରେ ପାକିସ୍ତାନ ନିଜର ଅସଲ ରୂପ ଦେଖାଇଛି । ଆଉ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କପି କରୁଛି ପାକିସ୍ତାନ । ନିଜକୁ ଭାଇରଲ କରିବା ପାଇଁ ପାଣ୍ଡ୍ୟାଙ୍କ ଭଳି ପୋଜ ଦେଉଛନ୍ତି ଖେଳାଳି ।

ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଆବାସ ଆଫ୍ରିଦିଙ୍କ ଅଧିନାୟକତ୍ୱରେ, ପାକିସ୍ତାନ ଷଷ୍ଠ ଥର ପାଇଁ ଟାଇଟଲ ଜିତିଥିଲା। ବିଜୟ ପରେ, ଷ୍ଟାର ବ୍ୟାଟସମ୍ୟାନ୍ ମହମ୍ମଦ ଶାହଜାଦ ଏକ ପୋଷ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅନୁକରଣ କରି ଏକ ପୋଷ୍ଟ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେହି କେହି କମେଣ୍ଟ କରି କହିଥିଲେ କି ହାର୍ଦ୍ଦିକଙ୍କୁ ଟ୍ରୋଲ କରିବା ପାଇଁ ପ୍ରୟାସ କରୁଛି ପାକିସ୍ତାନ। ଅନ୍ୟ କେହି ତାଙ୍କ ପୋଷ୍ଟ ଦେଖି କପି କ୍ୟାଟ ବୋଲି କହିଥିଲେ। ମହମ୍ମଦ ଶାହଜାଦ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭଳି ଟ୍ରଫି ସହିତ ପୋଜ୍ ଦେଇଥିଲେ । ଆଉ କ୍ୟାପସନ ଦେଇଥିଲେ, “ସବୁବେଳେ ପରି ହଂକଂ ସିକ୍ସେସ୍ ର ଏକ ମଜାଦାର ଶେଷ ।’ ଯାହାକୁ ଦେଖି ଫ୍ୟାନ୍ସ ରାଗିଯାଇଛନ୍ତି । ଆଉ ପାଣ୍ଡ୍ୟାଙ୍କୁ କପି କରୁଛନ୍ତି ବୋଲି କହିଥିଲେ ।

Related posts

ଆଇପିଏଲ୍ ୨୦୨୪ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଡ଼ ଖବର; ପୁରା ସିଜିନ୍ ଖେଳିବାକୁ ପ୍ରସ୍ତୁତ ଋଷଭ ପନ୍ତ

Odisha Sports Bureau

ରାଜସ୍ଥାନ ଠାରୁ ପରାସ୍ତ ହେଲା ଚେନ୍ନାଇ

Odisha Sports Bureau

ଦିନିକିଆ ଆଉ ଏବେ ଟ୍ୱେଣ୍ଟି ଟ୍ୱେଣ୍ଟିି ସିରିଜ୍

Odisha Sports Bureau