Cricket

ଧୋନୀଙ୍କୁ ପଛରେ ପକାଇଲେ ପନ୍ତ

ସେଞ୍ଚୁରିୟନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ୱିକେଟ କିପର ରିଷଭ ପନ୍ତ । ପୂର୍ବତନ ଅଧିନାୟକ ତଥା ୱିକେଟ କିପର ଏମ.ଏସ ଧୋନୀଙ୍କୁ ମଧ୍ୟ ପନ୍ତ ପଛରେ ପକାଇଛନ୍ତି । ଟେଷ୍ଟରେ ୧୦୦ ୱିକେଟ ଶିକାର କରିବାରେ ସେ ଧୋନୀଙ୍କୁ ଅତିକ୍ରମ କରିଛନ୍ତି ।
ପନ୍ତଙ୍କ ପୂର୍ବରୁ ଏମ.ଏସ ଧୋନୀ ଏବଂ ରିଦ୍ଧିମାନ ଶାହା ୩୬ଟି ଲେଖାଏଁ ମ୍ୟାଚ ଖେଳି ଏହି ସଫଳତା ହାସଲ କରିଥିଲେ । କିନ୍ତୁ ପନ୍ତ ମାତ୍ର ୨୬ଟି ମ୍ୟାଚ ଖେଳି ୧୦୦ଟି ୱିକେଟ ଅକ୍ତିଆର କରିବାରେ ସାହାଯ୍ୟ କରିଛନ୍ତି । ଦକ୍ଷିଣ ଆଫ୍ରିକାର ତେମ୍ବୋ ବାଭୁମାଙ୍କ କ୍ୟାଚ ସହ ନିଜର ୧୦୦ତମ ୱିକେଟ ନେବାରେ ସହାୟକ ହୋଇଥିଲେ । ଅନ୍ୟ ଭାରତୀୟଙ୍କ ମଧ୍ୟରେ କିରନ ମୋରେ ୩୯ ଟେଷ୍ଟ, ନୟନ ମୋଙ୍ଗିଆ ୪୧ ଓ ସୟଦ କିରମାନି ୪୨ଟେଷ୍ଟ ଖେଳି ୧୦୦ ୱିକେଟ୍ ନେବାରେ ସହାୟତା କରାଇଥିଲେ ।

Related posts

ଟି-୨୦ ବିଶ୍ୱକପ୍‌ରୁ ବାଂଲାଦେଶର ଓହରିବା ନେଇ ବିବାଦ, ବୟାନରେ ୟୁ-ଟର୍ଣ୍ଣରୁ ତିବ୍ର ହେଲା ରାଜନୈତିକ ଚର୍ଚ୍ଚା

Odisha Sports Bureau

ସାମ୍ବାଦିକ ସମ୍ମଳନୀକୁ ନେଇ ଅସଦ ଆଚରଣ କଲେ ଅଷ୍ଟ୍ରେଲିଆ ସାମ୍ବାଦିକ

Odisha Sports Bureau

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ

Odisha Sports Bureau