Cricket

୨୦୨୪ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ଦାଇତ୍ୱ ନେବେ ପ୍ୟାଟ କମିନ୍ସ

 ଘୋଷଣା ହୋଇଛି ୨୦୨୪ ଆଇପିଏଲରେ ହାଇଦ୍ରାବାଦ ଦଳ । ଏଥର ସନରାଇଜର୍ସହାଇଦ୍ରାବାଦର ନୂଆ ଅଧିନାୟକ ହୋଇଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ପ୍ୟାଟ କମିନ୍ସ। ୨୦୨୪ ଆଇପିଏଲରେ ହାଇଦ୍ରାବାଦ ତାଙ୍କ ନେତ୍ୱରେ ଲଢ଼େଇ କରିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଓ ୨୦୨୩ ଦିନିକିଆ ବିଶ୍ୱକପ ଅଷ୍ଟ୍ରେଲିଆ ପ୍ୟାଟ କମିନ୍ସଙ୍କ ନେତୃତ୍ୱରେ ଜିତିଥିଲା। ଏହି ସଫଳତା ପରେ ତାଙ୍କୁ ହାଇଦ୍ରାବାଦ ଅଧିନାୟକ ପଦ ହସ୍ତାନ୍ତର କରିଛି। ଦକ୍ଷିଣ ଆଫ୍ରିକାର ଏଡେନ ମାର୍କରମ ଏବେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପଦରେ ଥିଲେ। ଠିକ ୨୦୨୪ ଆଇପିଏଲ ପୂର୍ବରୁ ତାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ୨୦୨୪ ଆଇପିଏଲର ଅକ୍ସନ ବେଳେ ହାଇଦ୍ରାବାଦ କମିନ୍ସଙ୍କୁ ରେକର୍ଡ ୨୦.୫ କୋଟି ଟଙ୍କାରେ କିଣିଥିଲା। ସେ ଆଇପିଏଲ ଇତିହାସର ଦ୍ୱିତୀୟ ଦାମୀ ଖେଳାଳି ହେବାର ରେକର୍ଡ କରିଥିଲେ। ତାଙ୍କ ଉପରେ ମିଚେଲ ଷ୍ଟାର୍କ ରହିଛନ୍ତି। ଆଇପିଏଲରେ ତାଙ୍କୁ ହାଇଦ୍ରାବାଦ ରେକର୍ଡ ଟଙ୍କାରେ କିଣିଥିବାରୁ କମିନ୍ସ ମଧ୍ୟ ବେଶ ଉତ୍ସାହିତ ରହିଛନ୍ତି। ସେ ଭାରତକୁ ତାଙ୍କର ଦ୍ୱିତୀୟ ଘର ବୋଲି ମଧ୍ୟ ଅବିହିତ କରିଛନ୍ତି। କମିନ୍ସ କହିଛନ୍ତି,“ଭାରତ ହେଉଛି ଆମର ଦ୍ୱିତୀୟ ଘର। କାରଣ ଆମେ ଅଧିକାଂଶ ସମୟ ଏଠାରେ କାଟୁଛୁ। ଆଇପିଏଲରେ ଆପଣ ନିଜର ଘରୋଇ ଟିମ ପାଇବେ। ତେଣୁ ଆମେ ଅଧିକ ଫ୍ୟାନ୍ସ ପାଇବା ଭଳି ମନେ ହୋଇଥାଏ।” ସଂଯୋଗବଶତଃ କମିନ୍ସ ଅଧିନାୟକ ଭାବେ ତାଙ୍କର ପ୍ରଥମ ମ୍ୟାଚ୍‌ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳିବେ। ମାର୍ଚ୍ଚ ୨୩ରେ କୋଲକାତାର ପ୍ରସିଦ୍ଧ ଇଡେନ ଗାର୍ଡେନ୍ସରେ ଉକ୍ତ ମ୍ୟାଚ୍‌ ଖେଳାଯିବ। ଗୋଟିଏ ସିଜିନ ପୂର୍ବରୁ କମିନ୍ସ କେକେଆର ପଟୁ ଆଇପିଏଲ ଖେଳୁଥିଲେ। ଏବେ ଉକ୍ତ ଟିମ ବିରୋଧରେ ସେ ଖେଳିବେ।

Related posts

ଅଷ୍ଟ୍ରେଲିଆ ବିରୋଧରେ ଅଶ୍ୱିନଙ୍କ ନୂଆ ରଣନୀତି

Odisha Sports Bureau

BCCI ଓ୍ଵାନଡେ ଟିମରେ ସାମିଲ ହେଲେ ରିଙ୍କୁ ସିଂ

ମୁମ୍ବାଇ ଇଣ୍ଡିଆନ୍ସ ଏବଂ RCB କଡ଼ା ପ୍ରତିଦ୍ୱନ୍ଦ୍ୱିତାରେ, WPLରେ ସେମାନଙ୍କର ହେଡ୍-ଟୁ-ହେଡ୍ ରେକର୍ଡ ଦେଖନ୍ତୁ

Odisha Sports Bureau