Cricket

ଶୁବମନ ଗିଲଙ୍କ ଭଉଣୀଙ୍କୁ ଅପଶବ୍ଦ କହିଥିବା ଲୋକଙ୍କୁ ଛଡ଼ାଯିବ ନାହିଁ: ଦିଲ୍ଲୀ ମହିଳା ଆୟୋଗ

ଆରସିବି ଆଇପିଏଲ୍ ୨୦୨୩ରୁ ବାଦ୍ ପଡିବା ପରେ ଶୁବମନ ଗିଲ୍ଙ୍କ ଭଉଣୀକୁ ଟାର୍ଗେଟ କରାଯାଇଛି । ସୋସିଆଲ ମିଡିଆ ୟୁଜର୍ସ ଶୁବମନ ଗିଲ୍ଙ୍କ ଭଉଣୀ ଶାହନିଲ୍ ଗିଲ୍ଙ୍କୁ ତାଙ୍କ ପୋଷ୍ଟରେ ଆଡୁସାଡୁ କମେଣ୍ଟ୍ କରିଛନ୍ତି। ବିଶେଷ କରି ମ୍ୟାଚ୍ ସରିବା ପରେ ଶାହନିଲ୍ ଯେଉଁ ପୋଷ୍ଟ୍ କରିଛନ୍ତି ସେଥିରେ ତାଙ୍କୁ ଅନେକ କମେଣ୍ଟ ମିଳିଛି । ଆଉ ଏଭଳି କମେଣ୍ଟ ଯୋଗୁଁ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତି ମାଲିଓ୍ଵାଲ ଏମାନଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି। ଶୁବମନ ଗିଲଙ୍କ ଶତକୀୟ ଇନିଂସ ଯୋଗୁଁ ଆରସିବି ପ୍ଲେ ଅଫରୁ ବାଦ୍ ପଡିଛି । ଆଉ ଆରସିବି ହାରିବା ପରେ ଶୁବମନ ଗିଲଙ୍କ ଭଉଣୀଙ୍କୁ ଟାର୍ଗେଟ କରିଛନ୍ତି ଟ୍ରୋଲର୍ସ । ସ୍ୱାତି ମାଲିଓ୍ଵାଲ ଟ୍ଵିଟ୍ କରି ସ୍କ୍ରିନସଟ୍ ସେୟାର କରିଛନ୍ତି । ଏହା ସହିତ କହିଛନ୍ତି, ଶୁବମନ ଗିଲଙ୍କ ଭଉଣୀଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ । ତାଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ହେବ ।

Related posts

ଘରୋଇ ପ୍ରତିଯୋଗିତା ଗୁଡ଼ିକର ପୁରସ୍କାର ରାଶି ବୃଦ୍ଧି କଲା ବିସିସିଆଇ

Odisha Sports Bureau

ଦକ୍ଷିଣ ଆଫ୍ରିକା ଦଳର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ; ଟି-୨୦ ବିଶ୍ୱ କପ୍ ବିଜୟୀ ହେବ ଭାରତ

Odisha Sports Bureau

ଭାରତ ବନାମ ଇଣ୍ଡିଜ୍ – ଅଢ଼େଇ ଦଶକ ପରେ ଉତ୍ତର ପ୍ରଦେଶର ହେବ ଟି ୨୦ ମୁକାବିଲା

Odisha Sports Bureau