Cricket

ପାଇକପଡା ଠାରେ ଉଦଘାଟିତ ହୋଇଯାଇଛି PPL -2025 କ୍ରିକେଟ ମ୍ୟାଚ

ପାଇକପଡା : କ୍ରିକେଟ କହାକୁ ବା ପସନ୍ଦ ନୁହଁ । ଗାଁ ଠୁ ସହର ସବୁଠୁ ଚାଲେ କ୍ରିକେଟ ଖଳ । ଗାଁରେ ସନ୍ଧ୍ୟା ହେଲା ମାନେ ପିଲାମେନେ ପଡିଆକୁ ଚାଲି ଯାନ୍ତି କ୍ରିକେଟ ଖେଳିବା ପାଇଁ । ଆଉ ଯେଉଁ ଦିନ କ୍ରିକେଟ ଖଳ ଟିଭିରେ ଦିଏ ସେଦିନ ଆବାଳ ବୃଦ୍ଧବନିତା ବସି ପଡନ୍ତି ଖେଳ ଦେଖିବାପାଇଁ । ଆଉ ଏମିତିବି ହୁଏ ଗାଁ ଗାଁ ଭିତରେ , ପଞ୍ଚାୟତ ପଞ୍ଚାୟତ ଭିତରେ ଓ ବ୍ଲକ ବ୍ଲକ ଭିତରେ ଅନୁଷ୍ଠିତ ହୁଏ ପ୍ରତିଯୋଗିତା । ସେହିପରି ପାଇକପଡା ଠାରେ ଉଦଘାଟିତ ହୋଇଯାଇଛି ଚଚଖ -୨୦୨୫ କ୍ରିକେଟ ମ୍ୟାଚ । ପାଇକପଡା ପ୍ରିମିୟର ଲିଗ ୨୦୨୫ ସଂସ୍କରଣ ରେ ମୋଟ ୫ ଟି ଟିମ ଇଲେଭେନ ଷ୍ଟାର, ସାଇଲେଣ୍ଟ କିଲର, ସୁପର ସିକ୍ସସ, ୟଙ୍ଗ ୟୁନିକନ,ଡାଇମଣ୍ଡ ଷ୍ଟାଇକର ଟିମ ଅଂଶଗ୍ରହଣ କରିଛନ୍ତୀ । ଏଥିରେ ମୋଟ ମୋଟ ୭୭ ଜଣ ପ୍ଲେୟାର ଭାଗ ନେଇଛନ୍ତି । ତେବେ ଆଜିଠାରୁ ଆରମ୍ବ ହୋଇ ୨୬ ତାରିଖ ପର୍ୟ୍ୟନ୍ତ ଚାଲିବ ଏହି କ୍ରିକିଟେ ମ୍ୟାଚ । ଆଜି ଉଦଘାଟନି ମ୍ୟାଚ ରେ ସୁପର ସିକ୍ସର କୁ ଇଲେଭେନ ଷ୍ଟାର ମୁହାଁମୁହିଁ ହୋଇଥିବା ବେଳେ ପ୍ରଥମେ ସୁପର ସିକ୍ସର ବ୍ୟାଟିଂ କରି ୧୦ ଓଭର ରେ ୬ ଉଇକେଟ ବିନିମୟ ରେ ୯୩ ରନ କରିଥିଲା । ଏହାର ଜବାବ ରେ ଇଲେଭେନ ଷ୍ଟାର ୫ ଉଇକେଟ ହରାଇ ୫୯ ରନ କରିବାରେ ସକ୍ଷମ ହୋଇଥିଲେ । ଫଳରେ ସୁପର ସିକ୍ସର ବିଜୟ ଲାଭ କରିଥିଲା । ସେହିପରି ଆସନ୍ତା କାଲି ଇଲେଭେନ ଷ୍ଟାର କୁ ଡାଇମଣ୍ଡ ଷ୍ଟାଇକର ଭେଟିଭ । ପୁଣି ଥରେ ପାଇକପଡା ଠାରେ ଚଚଖ ସଂସ୍କାରଣ ହେଉଥିବା ରୁ ଖେଳାଳି ଙ୍କ ଭିତରେ ଉତ୍ସାହ ଦେଖାଦେଇଛି । ଗ୍ରାମାଞ୍ଚଳ ରେ ଏଭଳି ମ୍ୟାଚ ଆୟୋଜନ କୁ ଚାରିଆଡୁ ପ୍ରଶଂସା ର ସୁଅ ଛୁଟୁଛି ।

Related posts

ଆଇସିସି ଟି-୨୦ ରାଙ୍କିଙ୍ଗର ନମ୍ବର-୧ ବ୍ୟାଟ୍ସଓମ୍ୟାନ୍ ଶେଫାଳୀ

ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଲେ ମହମ୍ମଦ ଆମୀର

ବାରବାଟୀରେ ୱେଷ୍ଟଇଣ୍ଡିଜ-ଭାରତ ମ୍ୟାଚ ଆଶା ଉଜ୍ଜୀବିତ

Odisha Sports Bureau

Leave a Comment