ବାଜିମାରିଲା ପଞ୍ଜାବ କିଙ୍ଗ୍ସ । ରାଜସ୍ଥାନକୁ ୫ରନରେ ହରାଇଲା ପଞ୍ଜାବ କିଙ୍ଗ୍ସ । ରୋମାଞ୍ଚକର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ । ଶିଖର ଧୱନ ଓ ପ୍ରଭସିମ୍ରନ୍ ସିଂହଙ୍କ ଅର୍ଦ୍ଧଶତକ ବଳରେ ୪ ୱିକେଟ ହରାଇ ୧୯୭ ରନ୍ କରିଥିଲା ପଞ୍ଜାବ । ୧୯୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି ରାଜସ୍ଥାନ ଶେଷ ଯାଏ ଲଢ଼ିଥିଲା । ମାତ୍ର ୭ ୱିକେଟ ହରାଇ ୧୯୨ ରନ୍ ସଙ୍ଗହ କରିପାରିଥିଲା ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା । ପ୍ରଭସିମରନ୍ ୩୪ ବଲ୍ ଖେଳି ୭ଟି ଚୌକା ଓ ୩ ଛକା ବଳରେ କରିଥିଲେ ୬୦ ରନ୍ । ଶିଖର ଧଓ୍ଵନ ଅପରାଜିତ ୮୬ ରନ୍ କରିଥିଲେ । ଅନ୍ୟମାନଙ୍କ ଭିତରେ ଜିତେଶ ଶର୍ମା କରିଥିଲେ ୨୭ ରନ୍ । ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ରୟାଲ୍ସ ଆରମ୍ଭରୁ ବିପର୍ୟ୍ୟୟର ସାମ୍ନା କରିଥିଲା। ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମସନ୍ ସର୍ବାଧିକ ୪୨ ରନ୍ କରିଥିବା ବେଳେ ପାଡିକଲ ୨୧, ହେଟମାୟର ୩୬ ଓ ଜୁରେଲ୍ କରିଥିଲେ ୩୨ ରନ୍ । ମଧ୍ୟଭାଗରେ ଭଲ ଖେଳିଥିଲେ ବି ଦଳକୁ ବିଜୟୀ କରାଇବାରେ ସକ୍ଷମ ହୋଇ ନଥିଲେ ରାଜସ୍ଥାନ ବ୍ୟାଟର ।