Cricket

ଆଇପିଏଲ୍ର ଅଷ୍ଟାଦଶ ମ୍ୟାଚ୍ରେ ୬ ୱିକେଟ୍ରେ ପରାସ୍ତ ହେଲା ପଞ୍ଜାବ କିଙ୍ଗ୍ସ

ମୋହାଲି: ଆଇପିଏଲ୍ର ଅଷ୍ଟାଦଶ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ୬ ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ ପାଇଥିବା ପଞ୍ଜାବ ୮ ୱିକେଟ୍ ବିନିମୟରେ ୧୫୩ ରନ୍ କରିଥିଲା ବେଳେ ଟାଇଟନ୍ସ ଗୋଟିଏ ବଲ୍ ବାକି ଥାଇ ୪ ୱିକେଟ୍ ବିନିମୟରେ ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ବଳରେ ଟାଇଟନ୍ସ ପଏଣ୍ଟ ତାଲିକାର ତୃତୀୟ ସ୍ଥାନକୁ ଉଠିଛି। ଟସ୍ ଜିତି ହାର୍ଦ୍ଦିକ ପାଣ୍ଡ୍ୟା କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା ବେଳେ ପଞ୍ଜାବ ପ୍ରଥମରୁ ବିପର୍ୟ୍ୟୟର ସାମ୍ନା କରିଥିଲା। ପ୍ରଥମ ଓଭରରେ ପ୍ରଭସିମ୍ରନ ସିଂହଙ୍କୁ ମହମ୍ମଦ ସାମି ଓ ଚତୁର୍ଥ ଓଭରରେ ଅଧିନାୟକ ଶିଖର ଧାୱନଙ୍କୁ ଜୋସ୍ ଲିଟିଲ୍ ଆଉଟ୍ କରି ଟାଇଟନ୍ସକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ୧୫୪ ରନ୍ର ଲକ୍ଷ୍ୟକୁ ପିଛା କରି ରିଦ୍ଧିମାନ ଶାହ ଓ ଶୁବମନ ଗିଲ୍ ଆରମ୍ଭରୁ ଘନ ଘନ ଚୌକା ମାରିଥିଲେ। ତେବେ ପଞ୍ଚମ ଓଭରରେ ରିଦ୍ଧିମାନଙ୍କୁ ରବାଦା ଆଉଟ୍ କରି ପଞ୍ଜାବକୁ ପ୍ରଥମ ସଫଳତା ଦେଇଥିଲେ। ସାଇ ସୁଦର୍ଶନ ଓ ପାଣ୍ଡ୍ୟା କମ୍ ରନ୍ ବ୍ୟବଧାନରେ ଆଉଟ୍ ହୋଇଯିବାରୁ ଅର୍ଦ୍ଧଶତକ ଅର୍ଜନ କରିସାରିଥିବା ଶୁବମନଙ୍କ ସହ ଡେଭିଡ୍ ମିଲର ଦଳର ଭାର କାନ୍ଧେଇଥିଲେ। ଶେଷ ଓଭରରେ ୭ ରନ୍ ଆବଶ୍ୟକ ହେଉଥିଲା ବେଳେ ଦ୍ବିତୀୟ ବଲ୍ରେ ଶୁବମନ୍ଙ୍କୁ ସାମ୍ କରନ ବୋଲ୍ଡ କରି ଟାଇଟନ୍ସ ଶିବିରରେ ଆଶଙ୍କା ଭରିଦେଇଥିଲେ। ରାହୁଲ ତିୱାଟିଆ ଓ ମିଲରଙ୍କୁ କରନ ଦୁଇଟି ପରଫେକ୍ଟ ୟର୍କର ପକାଇବାରୁ ମାତ୍ର ୧-୧ ରନ୍ ସଂଗ୍ରହ ହୋଇଥିଲା। ତେବେ ପଞ୍ଚମ ବଲ୍ରେ ତିୱାଟିଆ ପେଡାଲ ସ୍ବିପ୍ରେ ଫାଇନ୍ ଲେଗ୍କୁ ଚୌକା ମାରି ଦଳକୁ ଜିତାଇଥିଲେ।

Related posts

ପଡିଆ ମଧ୍ୟରେ ଟଳିପଡିଲେ ପାକିସ୍ତାନ ବ୍ୟାଟ୍ସ ମ୍ୟାନ୍ ଇମାମ

Odisha Sports Bureau

ପ୍ରଶଂସକଙ୍କୁ ବିରାଟ କୋହଲିଙ୍କ ପ୍ରତିଶ୍ରୁତି; ବିଶ୍ୱକପ ଜିତି ପୂରଣ କରିବେ ପ୍ରଶଂସକଙ୍କ ସ୍ୱପ୍ନ

Odisha Sports Bureau

‘ଆଡିଡାସ’ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନୂଆ ଜର୍ସି ପ୍ରଦର୍ଶିତ କରାଯାଇଛି

Odisha Sports Bureau