Uncategorized

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଧ୍ୱଜବାହକ ରହିବେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଚଳିତ ମାସରେ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ ୨୦୨୪ । ଇଣ୍ଡିଆନ ଅଲିମ୍ପିକ୍ସ ଆସୋସୀଏସନ ( ଆଇଓଏ) ର ଅଧ୍ୟକ୍ଷ ପିଟି ଉଷା ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ଭାରତୀୟ ଧ୍ୱଜାବାହକ ଘୋଷଣା କରିଛନ୍ତି ।
ଉଦଘାଟନୀ ଉତ୍ସବରେ ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଭାରତୀୟ ଧ୍ୱଜାବାହକ ରହିବେ ବୋଲି ଆଇଓଏ ଘୋଷଣା କରିଛି । ସେହିପରି ପୁରୁଷ ଧ୍ୱଜାବାହକ ଦାୟିତ୍ୱ ନିର୍ବାହ କରିବେ ଟେବୁଲ ଟେନିସ ଖେଳାଳି ଏ ଶରତ କମଲ । ଏହା ବ୍ୟତୀତ ଲଣ୍ଡନ ଅଲିମ୍ପିକ୍ସର କାଂସ୍ୟ ପଦକ ବିଜେତା ସୁଟର ଗଗନ ନାରଙ୍ଗଙ୍କୁ ମଧ୍ୟ ବଡ ଦାୟିତ୍ୱ ମିଳିଛି । ପୁରୁଷ ୧୦ ମିଟର ଏୟାର ରାଇଫଲର କାଂସ୍ୟ ପଦକ ବିଜେତା ଗଗନଙ୍କୁ ଭାରତୀୟ ଦଳର ସେଫ ଡି ମିଶିନ କରାଯାଇଛି । ସେ ବିଶ୍ୱ ବିଜେତା ବକ୍ସର ଏମସି ମ୍ୟାରି କମଙ୍କ ସ୍ଥାନ ନେବେ ବୋଲି କୁହାଯାଉଛି ।
ସୂଚନା ଅନୁଯାୟୀ , ଜୁଲାଇ ୨୪ ତାରିଖରୁ ୨୦୨୪ ପ୍ୟାରିସ ଅଲିମ୍ପିକ ଆରମ୍ଭ ହେବାକୁ ଯାଉଛି । ଏଥର ପାଖାପାଖି ୧୨୦ ଜଣିଆ ଦଳ ଭାରତର ପ୍ରତିନିଧିତ୍ୱ କରିବେ । ଏଥିରେ ୨୮ ଜଣିଆ ଆଥଲେଟ ଦଳ ସାମିଲ । ଏହି ଦଳର ନେତୃତ୍ୱ ନେବେ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ।

Related posts

ବିଶ୍ୱକପ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କଲା ପୋଲିସ

Odisha Sports Bureau

ଦେଶର ୧ନମ୍ବର ଆମେଚର ମହିଳା ଗଲ୍ଫର ଓଡ଼ିଆ ଖେଳାଳି କଶିକା ମିଶ୍ର

ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

Odisha Sports Bureau