Cricket

କରୋନାରେ ସଂକ୍ରମିତ ହେଲେ ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆକୁ ବଡ ଝଟକା । ଏସିଆ କପ୍ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ ନ ଆସିବା ପର୍ଯ୍ୟନ୍ତ ଟିମ୍ ସହ ଯୋଗ ଦେଇପାରିବେନି ରାହୁଲ । ଏଭଳି ପରିସ୍ଥିତିରେ ରାହୁଲଙ୍କ ବଦଳରେ କିଏ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାର ସମ୍ଭାଳିବେ ସେନେଇ ଚର୍ଚ୍ଚା ଚାଲିଛି । ଏସିଆ କପ୍ଟି ପାଇଁ ଟିମ ଇଣ୍ଡିଆ ଆଜି ହିଁ ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ କରିବ । ଆଉ ଆସନ୍ତା ୨୭ରେ ଏସିଆ କପ୍ ଆରମ୍ଭ ହେବ । ଆସନ୍ତା ୨୮ରେ ପାକିସ୍ତାନ ବିପକ୍ଷରେ ଭାରତ ତାର ଏସିଆ କପ୍ ଅଭିଯାନ ଆରମ୍ଭ କରିବ ଆଉ ଏହି ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ସୂଚାନଯୋଗ୍ୟ ଯେ ୱେଷ୍ଟଇଣ୍ଡିଜ ଗସ୍ତ ପରେ ଭାରତ ଜିମ୍ବାୱେ ଗସ୍ତରେ ଯାଇଥିଲେ ମଧ୍ୟ ଦ୍ରାବିଡ ଟିମ୍ ସହ ନ ଯାଇ କିଛି ସମୟ ପାଇଁ ବ୍ରେକ ନେଇଥିଲେ । କେ.ଏଲ ରାହୁଲଙ୍କ ନେତୃତ୍ୱରେ ଜିମ୍ବାୱେ ଗସ୍ତ କରିଥିଲା ଦଳ ଏବଂ କୋଚ୍ ଭାବେ ଭିଭିଏସ ଲକ୍ଷ୍ମଣ ଦଳ ସହ ଯାଇଥିଲେ । ଆଉ ଜିମ୍ବାୱେ ବିପକ୍ଷ ସିରିଜକୁ କ୍ଲିନ୍ ସୁଇପ କରିଥିଲା ଟିମ୍ ଇଣ୍ଡିଆ ।

Related posts

ଫେରିଲେ ଜାଡେଜା, ବାଦ ପଡିଲେ ପୁଜାରା ଓ ରାହାଣେ

Odisha Sports Bureau

କେ.ଏଲ୍ ରାହୁଲଙ୍କୁ ବିଶ୍ୱକପର ଶ୍ରେଷ୍ଠ ୱିକେଟ୍ କିପର ବୋଲି କହିଲେ ଦୀନେଶ କାର୍ତ୍ତିକ

Odisha Sports Bureau

Csk ଠାରୁ ପରାସ୍ତ ହେବା ପରେ ଏମଏସ ଧୋନିଙ୍କ ସହ ଏକ ହୃଦୟସ୍ପର୍ଶୀ ଫଟୋ ସେୟାର କଲେ ବିରାଟ କୋହଲି

Odisha Sports Bureau

Leave a Comment