Cricket

ମଧ୍ୟପ୍ରଦେଶକୁ ହରାଇ ଦିଲ୍ଲୀ ବିଜୟୀ

(ଓଡିଶା ସ୍ପୋର୍ଟ): ସ୍ଥାନୀୟ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ରାଉଣ୍ଡ-୭ର ଏହି ମ୍ୟାଚ୍ରେ ଦିଲ୍ଲୀ ୯ ଉଇକେଟ୍ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି। ରଣଜୀ ଟ୍ରଫି ସିଜନରେ ଦିଲ୍ଲୀ ଦଳ ଏହାର ପ୍ରଥମ ବିଜୟ ସ୍ବାଦ ଚାଖିଛି।ଦିଲ୍ଲୀର ବାମହାତୀ ସ୍ପିନର ବିକାଶ ମିଶ୍ର ଉଭୟ ଇନିଂସରେ ୬ଟି ଲେଖାଏ ସହ ମୋଟ୍ ୧୨ ଉଇକେଟ୍ ନେବା ଓ ଉଇକେଟ୍କିପର ଅନୁଜ ରାଓ୍ବତଙ୍କ ୧୩୪ ରନର ଶତକୀୟ ଇନିଂସ ଏହି ମ୍ୟାଚ୍ର ଉଲ୍ଲେଖନୀୟ ଘଟଣା ରହିଥିଲା। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ନମନ ଓଝାଙ୍କ ନେତୃତ୍ୱାଧୀନ ମଧ୍ୟପ୍ରଦେଶ ମାତ୍ର ୧୩୨ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ଜବାବରେ ଦିଲ୍ଲୀ ଅନୁଜଙ୍କ ଶତକ ବଳରେ ପ୍ରଥମ ଇନିଂସରେ ୨୬୧ ରନ କରିଥିଲା। ଏହାପରେ ୧୨୯ ରନ ପଛରେ ଥାଇ ୨ୟ ଇନିଂସରେ ମଧ୍ୟପ୍ରଦେଶ ପୁଣିଥରେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇ ୧୫୭ ରନରେ ସୀମିତ ରହିଥିଲା। ଫଳରେ ଘରୋଇ ଦିଲ୍ଲୀ ସମ୍ମୁଖରେ ୨୯ ରନର ଟାର୍ଗେଟ୍ ଧ୍ୟାର୍ୟ୍ୟ ହୋଇଥିଲା। ନୀତିଶ ରାଣାଙ୍କ ଦଳ ମାତ୍ର ଗୋଟିଏ ଉଇକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଦିଲ୍ଲୀ ୬ ମ୍ୟାଚ୍ରୁ ଗୋଟିଏ ବିଜୟ, ୨ ପରାଜୟ ଓ ୩ଟି ଡ୍ର ସହ ୧୩ ପଏଣ୍ଟ ପାଇଛି। ଦିଲ୍ଲୀ ଏହାର ପରବର୍ତ୍ତୀ ମ୍ୟାଚରେ ଜାନୁୟାରୀ ୨ରେ ଇଡେନ ଗାଡେନ୍ସରେ ଘରୋଇ ବେଙ୍ଗଲକୁ ଭେଟିବ।

Related posts

ଏସିଆ କପ୍ ୨୦୨୫ ଟିମ୍ ଇଣ୍ଡିଆର ଅଫିସିଆଲ୍ ଜର୍ସି ଲଞ୍ଚ

Odisha Sports Bureau

ଲଗାତାର ୪ର୍ଥ ଥର ପରାଜୟ ବରଣ କାଲା ଚେନ୍ନାଇ ଓ ମୁମ୍ବାଇ

Odisha Sports Bureau

ଟି – ଟ୍ବେଣ୍ଟି ମ୍ୟାଚ– ଇଣ୍ଡିଜ୍ କୁ ୭୧ରନ୍ରେ ପରାସ୍ତ କଲା ଭାରତ

Odisha Sports Bureau