Cricket

ମଧ୍ୟପ୍ରଦେଶକୁ ହରାଇ ଦିଲ୍ଲୀ ବିଜୟୀ

(ଓଡିଶା ସ୍ପୋର୍ଟ): ସ୍ଥାନୀୟ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ରାଉଣ୍ଡ-୭ର ଏହି ମ୍ୟାଚ୍ରେ ଦିଲ୍ଲୀ ୯ ଉଇକେଟ୍ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି। ରଣଜୀ ଟ୍ରଫି ସିଜନରେ ଦିଲ୍ଲୀ ଦଳ ଏହାର ପ୍ରଥମ ବିଜୟ ସ୍ବାଦ ଚାଖିଛି।ଦିଲ୍ଲୀର ବାମହାତୀ ସ୍ପିନର ବିକାଶ ମିଶ୍ର ଉଭୟ ଇନିଂସରେ ୬ଟି ଲେଖାଏ ସହ ମୋଟ୍ ୧୨ ଉଇକେଟ୍ ନେବା ଓ ଉଇକେଟ୍କିପର ଅନୁଜ ରାଓ୍ବତଙ୍କ ୧୩୪ ରନର ଶତକୀୟ ଇନିଂସ ଏହି ମ୍ୟାଚ୍ର ଉଲ୍ଲେଖନୀୟ ଘଟଣା ରହିଥିଲା। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ନମନ ଓଝାଙ୍କ ନେତୃତ୍ୱାଧୀନ ମଧ୍ୟପ୍ରଦେଶ ମାତ୍ର ୧୩୨ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ଜବାବରେ ଦିଲ୍ଲୀ ଅନୁଜଙ୍କ ଶତକ ବଳରେ ପ୍ରଥମ ଇନିଂସରେ ୨୬୧ ରନ କରିଥିଲା। ଏହାପରେ ୧୨୯ ରନ ପଛରେ ଥାଇ ୨ୟ ଇନିଂସରେ ମଧ୍ୟପ୍ରଦେଶ ପୁଣିଥରେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇ ୧୫୭ ରନରେ ସୀମିତ ରହିଥିଲା। ଫଳରେ ଘରୋଇ ଦିଲ୍ଲୀ ସମ୍ମୁଖରେ ୨୯ ରନର ଟାର୍ଗେଟ୍ ଧ୍ୟାର୍ୟ୍ୟ ହୋଇଥିଲା। ନୀତିଶ ରାଣାଙ୍କ ଦଳ ମାତ୍ର ଗୋଟିଏ ଉଇକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଦିଲ୍ଲୀ ୬ ମ୍ୟାଚ୍ରୁ ଗୋଟିଏ ବିଜୟ, ୨ ପରାଜୟ ଓ ୩ଟି ଡ୍ର ସହ ୧୩ ପଏଣ୍ଟ ପାଇଛି। ଦିଲ୍ଲୀ ଏହାର ପରବର୍ତ୍ତୀ ମ୍ୟାଚରେ ଜାନୁୟାରୀ ୨ରେ ଇଡେନ ଗାଡେନ୍ସରେ ଘରୋଇ ବେଙ୍ଗଲକୁ ଭେଟିବ।

Related posts

ବିଶ୍ୱକପ ପାଇଁ ଆମେ ପ୍ରସ୍ତୁତ: ଧାଓ୍ଵନ

Odisha Sports Bureau

ଆଘାତ ସହ ସଂଘର୍ଷ କରୁଥିବା ମୁମ୍ବାଇ ଦଳକୁ ରିଲିଫ୍; ୫ ବର୍ଷ ପରେ ଫେରିଛନ୍ତି ଶ୍ରେୟସ୍ ଆୟର

Odisha Sports Bureau

୨୯ ରନ୍‌ରେ ବାଙ୍ଗାଲୋରକୁ ପରାସ୍ତ କଲା ରାଜସ୍ଥାନ ଟିମ୍

Odisha Sports Bureau