Cricket

RCB ଏବେ ଯାଏଁ କାହିଁକି ଜିତିନାହିଁ IPL ଟ୍ରଫି ? ଏମିତି କହିଲେ ୟୁଜବେନ୍ଦ୍ର ଚହଲ …

ମୁମ୍ବାଇ: ୨୦୦୮ରେ ଆରମ୍ଭ ହୋଇଥିଲା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ବା ଆଇପିଏଲ୍‌ । ଏବେ ଯାଏଁ ଏହି ଲିଗ୍‌ର ୧୬ଟି ସଂସ୍କରଣ ଖେଳାସରିଲାଣି । ଚେନ୍ନାଇ ଓ ମୁମ୍ବାଇ ଟିମ୍‌ ସର୍ବାଧିକ ୫ ଥର ଲେଖାଏଁ ଟ୍ରଫି ଜିତିଛନ୍ତି । କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ ୨ ଥର ଚମ୍ପିଆନ୍‌ ହୋଇଥିବା ବେଳେ ଗୁଜୁରାଟ୍‌ ଟାଇଟନ୍ସ, ସନରାଇଜର୍ସ ହାଇଦ୍ରାବାଦ୍‌, ରାଜସ୍ଥାନ ରୟାଲସ, ଡେକାନ ଚାର୍ଜସ ଥରେ ଲେଖାଏଁ ହାତେଇଛନ୍ତି ଟ୍ରଫି । ବାକି ପଞ୍ଚାବ, ବାଙ୍ଗାଲୋର, ଲକ୍ଷ୍ନୌ ପରି କେବେବି ଜିତିନାହାନ୍ତି ଟ୍ରଫି । ତେବେ ଆଇପିଏଲ୍‌ର ପୁରୁଣା ଟିମ୍‌ ମଧ୍ୟରେ ବାଙ୍ଗାଲୋର ଅନ୍ୟତମ । ହେଲେ ଏବେ ଯାଏଁ କାହିଁକି ଜିତିନାହିଁ ଟ୍ରଫି । ଖୁଲାସା କଲେ ବାଙ୍ଗାଲୋର ଟିମ୍‌ର ପୂର୍ବ ସଦସ୍ୟ ୟୁଜବେନ୍ଦ୍ର ଚହଲ ।

ଏକ ସାକ୍ଷାତାକର ଦେବା ସମୟରେ ୟୁଜବେନ୍ଦ୍ର ଚହଲ କହିଛନ୍ତି ଯେ, ବାଙ୍ଗାଲୋର ଏକ ଭଲ ପ୍ରାଞ୍ଚାଇଜ୍‌ ଥିଲା । ୨୦୧୬ରେ ଟିମ୍‌ ଜବରଦସ୍ତ ପ୍ରଦର୍ଶନ କରିଥିଲା । ଯାହାଫଳରେ ଟିମ୍‌ ଫାଇନାଲରେ ଏଣ୍ଟ୍ରି କରିଥିଲା । କିନ୍ତୁ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ପରାସ୍ତ ହୋଇଥିଲା । ଏହି ସମୟରେ ସାକ୍ଷାତକରା ନେଉଥିବା ବ୍ୟକ୍ତି ପଚାରିଥିଲେ କି, ଟିମ୍‌ରେ ଏତେ ଭଲ ଖେଳାଳି ଥାଇ ମଧ୍ୟ ଫାଇନାଲ କାହିଁକି ଜିତିପାରୁନି ବାଙ୍ଗାଲୋର । ଏହାର ମଜାଳିଆ ଉତ୍ତର ଦେଇଥିଲେ ଚହଲ । ସେ କହିଥିଲେ କି, ଏ ପ୍ରଶ୍ନ ଉତ୍ତର ମୁଁ ଏବେ ଯାଏଁ ବି ଖୋଜୁଛି । ଆଠ ବର୍ଷ ଧରି ମୁଁ ବାଙ୍ଗାଲୋର ପ୍ରାଞ୍ଚାଇଜ୍‌ ସହିତ ଜଡିତ ଥିଲି । ତାପରେ ବି ମୁଁ ଏ ପ୍ରଶ୍ନର ଉତ୍ତର ପାଇଲିନି । ୨୦୧୬ରେ ଆମ ପାଖେ ବହୁତ ଉଚ୍ଚକୋଟୀର ଥିଲେ । ଯେପରି କ୍ରିସ୍‌ ଗେଲ୍‌, କେଏଲ୍‌ ରାହୁଲ, ବିରାଟ କୋହଲି, ଏବି ଡିଭିଲିୟର୍ସ ଥିଲେ । ତଥାପି ଆମେ ଫାଇନାଲରେ ହାରିଥିଲୁ ।

ସେ ଆହୁରୀ ମଧ୍ୟ କହିଥିଲେ କି, ୨୦୧୬ ସିଜିନ୍‌ରେ ଆମେ ପ୍ରଥମରୁ ଭଲ ଖେଳୁନଥିଲି । କିନ୍ତୁ ଶେଷ ୭ଟି ମ୍ୟାଚ୍‌ରୁ ୬ଟି ମ୍ୟାଚ୍‌ ଜିତି ଆମେ ଫାଇନାଲରେ ଏଣ୍ଟ୍ରି କରିଥିଲୁ । ଏହି ସିଜିନ୍‌ରେ ମୋତ ପ୍ରଥମ ଥର ପାଇଁ ପର୍ପଲ କ୍ୟାପ ମିଳିଥିଲା । ହେଲେ ମାତ୍ର ଦୁଇ ଦିନ ଲାଗି । ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମ ମୋର ଫେଭରିଟ୍‌ ଷ୍ଟାଡିୟମ୍‌ । ଯେଉଁଠାରେ ଖେଳିବାକୁ ମୁଁ ପସନ୍ଦ କରିଥାଏ ।

Related posts

ଉମ୍ରାନ ମଲିକଙ୍କୁ ଅସମ୍ମାନ କରିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ସୋହାଲି ଖାନ

Odisha Sports Bureau

ଆୟୁଷ ବାଦୋନିଙ୍କୁ ପ୍ରଶଂସା କଲେ ଅଧିନାୟକ ଲୋକେଶ ରାହୁଲ

Odisha Sports Bureau

ଆଇସିସି ଟେଷ୍ଟ ଭାରତ ଓ ବିରାଟ ନଂ ୧

Odisha Sports Bureau

Leave a Comment