Cycling

ସାଇକେଲ ଯୋଗେ ପହଞ୍ଚିଲେ ମାଉଣ୍ଟ ଏଭେରେଷ୍ଟ ବେସ୍ କ୍ୟାମ୍ପରେ

ସାଇକେଲ ଯୋଗେ ମାଉଣ୍ଟ ଏଭେରେଷ୍ଟ ବେସ୍ କ୍ୟାମ୍ପରେ ପହଞ୍ଚି ଏକ ନୂଆ ଇତିହାସ ରଚନା କରିଛନ୍ତି ଉତ୍ତର ପ୍ରଦେଶ ଗୋରଖପୁରର ୨୮ ବର୍ଷୀୟା ଶିକ୍ଷୟିତ୍ରୀ ଦିବ୍ୟା ସିଂହ । କାଠମାଣ୍ଡୁରୁ ନିଜର ଯାତ୍ରା ଆରମ୍ଭ କରି ସେ ମାତ୍ର ୧୪ ଦିନ ମଧ୍ୟରେ ୧୭,୫୬୦ ଫୁଟ ଉଚ୍ଚତାରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି । ଏହି ସଫଳତା ହାସଲ କରିବାରେ ସେ ପ୍ରଥମ ଭାରତୀୟ ଏବଂ ବିଶ୍ୱର ଦ୍ୱିତୀୟ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି। ମାଇନ୍ସ ୧୨ ଡିଗ୍ରୀ ସେଲସିଏସର ତାପମାତ୍ରା, ଅମ୍ଳଜାନର ଅଭାବ ଏବଂ ପ୍ରବଳ ପବନ ଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ପ୍ରତିଦିନ ୧୦ ରୁ ୧୨ ଘଣ୍ଟା ସାଇକେଲ ଚଲାଉଥିଲେ । କେତେକ ଦୁର୍ଗମ ସ୍ଥାନରେ ସେ ନିଜ କାନ୍ଧରେ ସାଇକେଲକୁ ବୋହିକି ମଧ୍ୟ ଚାଲୁଥିଲେ । ସାଲେରୀ, ସୁରକେ, ଫାକଡିଂ ଏବଂ ନାମଚେ ବଜାର ଭଳି କଷ୍ଟକର ରାସ୍ତା ଦେଇ ବେସ୍ କ୍ୟାମ୍ପରେ ପହଞ୍ଚିବା ପରେ ସେଠାରେ ତ୍ରିରଙ୍ଗା ଉଡାଉଥିଲେ । ସେହି ଐତିହାସିକ ମୁହୂର୍ତ୍ତର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

Image

Related posts

ଭାରତ ଅଷ୍ଟ୍ରେଲିଆରେ ଦୀର୍ଘ ସମୟ ଧରି କ୍ୱାରେନଣ୍ଟାଇନରେ ରହିବାକୁ ଚାହୁଁନାହିଁ: ଗାଙ୍ଗୁଲି

ବିଏମଏକ୍ସ ବିଶ୍ୱ ସାଇକେଲ ଚାମ୍ପିୟନସିପ ବାତିଲ

Odisha Sports Bureau

ସାଇକେଲ ଚାଳକକୁ ଧକ୍କା ଦେଇ ବାଇକ୍ ଆରୋହୀ ମୃତ