Cricket

ଟିମ ଇଣ୍ଡିଆ ପାଇଁ ଖୁସି ଖବର,ରିଷଭଙ୍କ ହେବନି ଦ୍ୱିତୀୟ ଅପରେସନ

ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଓ୍ଵିକେଟ୍ କିପର ବ୍ୟାଟର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଦ୍ରୁତଗତିରେ ସୁଧୁରୁଛି । ଡାକ୍ତର କହିଛନ୍ତି ପନ୍ତଙ୍କର ଆଉ ଦ୍ୱିତୀୟ ଅପରେସନ୍ ଦରକାର ନାହିଁ । ଏମିତିକି ଆଗାମୀ ବିଶ୍ୱ କପ୍ରେ ପନ୍ତଙ୍କ ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି ।
ଗତବର୍ଷ ଡିସେମ୍ବର ମାସରେ ଏକ କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ପନ୍ତ । ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଆଣ୍ଠୁରେ ଅପରେସନ୍ ହୋଇଛି । ଯାହାଫଳରେ ଏପର୍ୟ୍ୟନ୍ତ ସେ ପଡ଼ିଆକୁ ଓହ୍ଲାଇବା ସ୍ଥିତିରେ ନାହାନ୍ତି । ତାଙ୍କର ଆଉ ଏକ ଅପରେସନ୍ କରାଯିବ ବୋଲି ଚର୍ଚ୍ଚା ଚାଲିଥିଲା । ଯାହାକୁ ବିସିସିଆଇ ଖଣ୍ଡନ କରି ପନ୍ତ ଶୀଘ୍ର ସୁସ୍ଥ ହେଉଛନ୍ତି । ତାଙ୍କର ପୁଣି ଅପରେସନ୍ ଦରକାର ନାହିଁ । ଏମିତିକି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ବିସିସିଆଇ ତରଫରୁ କୁହାଯାଇଛି ।

ପ୍ରତି ଦୁଇ ସପ୍ତାହରେ ତାଙ୍କ ସ୍ୱାସ୍ଥ୍ୟର ଯାଞ୍ଚ କରାଯାଉଛି । ସେ ଶୀଘ୍ର ସୁସ୍ଥ ହେଉଥିବାରୁ ସମୟ ପୂର୍ବରୁ ପୂରା ଫିଟ୍ ହୋଇ ଯିବେ ବୋଲି ବିସିସିଆଇ ଆଶା ପ୍ରକାଶ କରିଛି । ଅପରେସନ୍ ପରେ ପନ୍ତ ଆଶାବାଡ଼ି ସହାୟତାରେ ଚାଲୁଥିଲେ । ତେବେ ପରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ସେ ଆଶାବାଡ଼ି ଛାଡ଼ି ନିଜେ ଚାଲୁଥିବାର ଦେଖା ଯାଇଥିଲା ।

Related posts

ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨: ଭାରତୀୟ ଟିମ୍‌ ସଂଗ୍ରହ କରିଛି ୨୭୭ ରନ୍‌

Odisha Sports Bureau

IPL 2024ରେ ତୃତୀୟ ଥର ଚାମ୍ପିଅନ ହେଲା କୋଲକାତା, ପରାଜୟ ବରଣ କଲା ହାଇଦ୍ରାବାଦ

ଏସୀୟ କ୍ରୀଡା କ୍ରିକେଟରେ ଇତିହାସ ରଚିଲା ନବାଗତ ନେପାଳ

Odisha Sports Bureau